ନୂଆବର୍ଷରୁ ଶ୍ରୀମନ୍ଦିରକୁ ପଲିଥିନ ମନା
୨୦୨୦ରୁ-ଶ୍ରୀମନ୍ଦିରକୁ-ପଲିଥିନ-ମୁକ୍ତ-କରିବାକୁ-ପ୍ରୟାସ-ହୋଇଥିଲା
ଶ୍ରୀମନ୍ଦିରରେ ନୂଆବର୍ଷରୁ ବନ୍ଦ ହେବ ପଲିଥିନ ଓ ପ୍ଲାଷ୍ଟିକ। ଏହା ବଦଳରେ କାଗଜ ବ୍ୟାଗ, କଟନ୍ ବ୍ୟାଗ୍, ଭୋଗେଇ, ବାଉଁଶ ଓ କାଠ ଚାଙ୍ଗୁଡିରେ ଭକ୍ତମାନେ ଫୁଲ ଓ ଭୋଗ ନେଇ ଯିବାକୁ ବିଭିନ୍ନ ସେବାୟତ ନିଯୋଗ ଓ ଭକ୍ତ ସମାଜକୁ ଅନୁରୋଧ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସ।
ମନ୍ଦିରକୁ ଫୁଲ ଓ ଭୋଗ ନେବା ପାଇଁ କାଗଜ ଅବା କଟନର ବ୍ୟାଗ୍ ଅବା କାଠ, ବାଉଁଶ, ପତ୍ର, କେନ୍ ଓ ଅନ୍ୟାନ୍ୟ ବୃକ୍ଷଲତାରୁ ପ୍ରସ୍ତୁତ ଚାଙ୍ଗୁଡ଼ି ବ୍ୟବହାର କରାଯାଇପାରିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି।


