ସରକାରଙ୍କ ବଡ ନିଷ୍ପତ୍ତି ଏଣିକି ୧୦ ଘଣ୍ଟା କାମ କରିବେ କର୍ମଚାରୀ
ଖବର ଓଡିଶା :ତେଲେଙ୍ଗାନା ସରକାରu ବଡ଼ ନିଷ୍ପତ୍ତି ।କର୍ମଚାରୀମାନେ ଏବେ ଦିନକୁ ୧୦ ଘଣ୍ଟା କାମ କରିବାକୁ ଅନୁମତି ଦିଆଯିବ। ତେଲେଙ୍ଗାନା ସରକାରଙ୍କ ଏହି ନିଷ୍ପତ୍ତି ବ୍ୟବସାୟ ପ୍ରେତ୍ସାହନ ଲାଗି ଏକ ପଦକ୍ଷେପ ଭାବେ ଦେଖାଯାଉଛି । ସରକାରଙ୍କ ନିଷ୍ପତ୍ତି ଅନୁସାରେ ରାଜ୍ୟରେ ବାଣିଜ୍ୟିକ ପ୍ରତିଷ୍ଠାନର କର୍ମଚାରୀମାନଙ୍କୁ ଏଣିକି ପ୍ରତିଦିନ ୧୦ଘଣ୍ଟା ପର୍ଯ୍ୟନ୍ତ କାମ କରିବାକୁ ଅନୁମତି ଦିଆଯିବ । ରାଜ୍ୟ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ବିଜ୍ଞପ୍ତିରେ ଉଲ୍ଲେଖ ଅଛି କି ଏପରି ପ୍ରତିଷ୍ଠାନଗୁଡ଼ିକୁ ଆଇନର ଧାରା ୧୬ ଏବଂ ୧୭ରୁ ମୁକ୍ତ କରାଯାଇଛି, ଯାହା କାମର ସମୟ ଏବଂ ବିଶ୍ରାମ ବ୍ୟବଧାନ ସହିତ ଜଡିତ ରହିଛି । ଓଭରଟାଇମ୍ ଦରମାରେ ସପ୍ତାହରେ ୪୮ ଘଣ୍ଟାରୁ ଅଧିକ କାମ କରିବାକୁ ଅନୁମତି ଦିଆଯାଇପାରିବ,


