ଚ୍ୟାଲେଞ୍ଜ ଫିଲ୍ମ ଜରିଆରେ ପ୍ରଥମଥର ପାଇଁ ଅର୍ଦ୍ଧେନ୍ଦୁଙ୍କ ଭଉଣୀ ଭୂମିକାରେ  ନଜର ଆସିବେ ଚୁଲବୁଲି ନାୟିକା ଲିପି

odisha film lipi

Aug 13, 2025 - 16:04
 2
ଚ୍ୟାଲେଞ୍ଜ ଫିଲ୍ମ ଜରିଆରେ ପ୍ରଥମଥର ପାଇଁ ଅର୍ଦ୍ଧେନ୍ଦୁଙ୍କ ଭଉଣୀ ଭୂମିକାରେ  ନଜର ଆସିବେ ଚୁଲବୁଲି ନାୟିକା ଲିପି

ଚ୍ୟାଲେଞ୍ଜ ଫିଲ୍ମ ଜରିଆରେ ପ୍ରଥମଥର ପାଇଁ ଅର୍ଦ୍ଧେନ୍ଦୁଙ୍କ ଭଉଣୀ ଭୂମିକାରେ  ନଜର ଆସିବେ ଚୁଲବୁଲି ନାୟିକା ଲିପି

ଦଶହରା ଉପଲକ୍ଷେ ମୁକ୍ତିଲାଭ କରିବାକୁ ଯାଉଥିବା ନୂଆ ଓଡ଼ିଆ ଚଳଚ୍ଚିତ୍ର ଚ୍ୟାଲେଞ୍ଜ ରେ ଅଭିନେତା ଅର୍ଦ୍ଧେନ୍ଦୁ ସାହୁ ଭଉଣୀ ଭୂମିକାରେ ନଜର ଆସିବେ ଅଭିନେତ୍ରୀ ଲିପି ମହାପାତ୍ର l ଅଭିନେତ୍ରୀ ଲିପି ଆଲବମ୍ କୁଇନ୍ ଭାବେ ବେଶ ପରିଚୟ ସୃଷ୍ଟି କରିଥିଲେ ଏବଂ ଆଜି ବି ତାଙ୍କର ଅଭିନୟର ଯାଦୁ ଜାରି ରହିଛି l ତେବେ ପବିତ୍ର ରାକ୍ଷୀ ପୂର୍ଣ୍ଣିମାରେ ଭାଇ ଭଉଣୀଙ୍କର ପ୍ରଥମ ପୋଷ୍ଟର ସୋସିଆଲ ମିଡିଆରେ ପବ୍ଲିସିଟି ହୋଇଛି l ଶ୍ରୋତା ପୁଣି ଥରେ ଭାଇ ଭଉଣୀଙ୍କୁ ନେଇ ଏକ ନୂଆ ରାକ୍ଷୀ ଗୀତ ଶୁଣିବାକୁ ପାଇବେ ଏବଂ ତାହା ନିଶ୍ଚିତ ଭାବେ ଶ୍ରୋତାଙ୍କ ହୃଦୟରେ ଛାପ ହୋଇ ରହିବ l

ତେବେ ଅଭିନେତା ଅର୍ଦ୍ଧେନ୍ଦୁ ସାହୁ ଓଡ଼ିଆ ଚଳଚ୍ଚିତ୍ର ଜଗତର ଏକ ଚର୍ଚ୍ଚିତ ନାଁ l ଅଭିନୟ ସହିତ ପ୍ରଯୋଜନା କ୍ଷେତ୍ରରେ ପାଦ ରଖି ଓଡ଼ିଆ ଚଳଚ୍ଚିତ୍ର ଜଗତର ଗାରିମାକୁ ସେ ବଢାଇଛନ୍ତି l ପୂର୍ବରୁ ବ୍ଲାକମେଲ, ଅ ଆ ହର୍ଷଇ ସହିତ ଭିଲେନ୍ ଭଳି ଆକ୍ସନ୍ ଚଳଚ୍ଚିତ୍ର ନିର୍ମାଣ କରି ଓଡ଼ିଆ ଦର୍ଶକଙ୍କୁ ବହୁତ ମନୋରଞ୍ଜନ ଯୋଗାଇଛନ୍ତି l କିଛି ଦିନ ପୂର୍ବେ ଚଳଚ୍ଚିତ୍ର ଚ୍ୟାଲେଞ୍ଜର ଫାଷ୍ଟ ଲୁକ୍ ମୁକ୍ତିଲାଭ କରିଛି l ଚ୍ୟାଲେଞ୍ଜ ଚଳଚ୍ଚିତ୍ରରେ ଆକ୍ସନ ସହିତ ଫ୍ୟାମିଲି ଡ୍ରାମା ମଧ୍ୟ ଭରି ରହିଛି l ଆଦିଲକ୍ଷ୍ମୀ ଏଣ୍ଟରଟେନମେଣ୍ଟ ବ୍ୟାନର ରେ ଏହା ହେଉଛି ୬ଷ୍ଠ ଅବଦାନ l ସବୁବେଳେ କିଛି ନୂଆ କରିବା ପାଇଁ ଚେଷ୍ଟା କରଥାନ୍ତି ଅର୍ଦ୍ଧେନ୍ଦୁ l ଚ୍ୟାଲେଞ୍ଜରେ ମଧ୍ୟ କିଛି ନୂଆ କରିବା ପାଇଁ ମହାଭାରତର ସେଇ ନାମୀ ଦାମୀ ଚରିତ୍ରରେ ଅଭିନୟ କରିଥିବା ପୁନିତ ଇସାର ଓରଫ ଦୁର୍ଯ୍ୟୋଧନଙ୍କୁ ଏକ ବଳିଷ୍ଠ ଚରିତ୍ରରେ ଦେଖିବାକୁ ମିଳିବ l ଅଭିନେତ୍ରୀ ଚୁଲବୁଲି ନାୟିକା ଏଲିନା ସାମନ୍ତରାୟ ଙ୍କୁ ଦର୍ଶକେ ଚ୍ୟାଲଞ୍ଜ ରେ ଦେଖିବାକୁ ପାଇବେ l ନୂଆ କଥା ମ୍ୟୁଜିକ୍ ଭିଡିଓ ଜାଇଫୁଲ ର ସଫଳ ଯୋଡ଼ି ଲିପି ଓ ପୁପିନ୍ଦର ସିଂହ ଙ୍କୁ ଏକ ବିଶେଷ ଭୂମିକାରେ ଦେଖିବାକୁ ମିଳିବ l ଯୁବ ନିର୍ଦ୍ଦେଶକ ସାଇ କିରଣ ମଙ୍ଗରାଜ ଏହି ଚ୍ୟାଲେଞ୍ଜ ଚଳଚ୍ଚିତ୍ର ର ନିର୍ଦ୍ଦେଶନା ଭାର ନେଇଥିବା ବେଳେ, ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ଗୌରବ ଆନନ୍ଦ l ଚିତ୍ରତ୍ତୋଳନ କରିଛନ୍ତି ପ୍ରତାପ ରାଉତ, ପ୍ରଚାର ପ୍ରସାର ଓ କ୍ରିଏଟିଭ ହେଡ୍ ଅଛନ୍ତି ପ୍ରଣୟ ଜେଠୀ l ନୃତ୍ୟ ନିର୍ଦ୍ଦେଶନା ଦେଇଛନ୍ତି ଅମିତ୍ ନାୟକ। ଚଳଚ୍ଚିତ୍ରଟି ଆସନ୍ତା ଦଶହରାରେ ସାରା ଓଡ଼ିଶାରେ ମୁକ୍ତିଲାଭ ଫିଲ୍ମସ ଡିଷ୍ଟ୍ରିଵ୍ୟୁସନ ବ୍ୟାନରରେ ମୁକ୍ତିଲାଭ କରିବ।