ରତ୍ନ ସିଂହାସନକୁ ଆଉ କିଛି ସମୟ ପରେ ବିଜେ କରିବେ ନିଳାଦ୍ରି ବିଜେ

Jul 8, 2025 - 18:06
 3
ରତ୍ନ ସିଂହାସନକୁ ଆଉ କିଛି ସମୟ ପରେ ବିଜେ କରିବେ ନିଳାଦ୍ରି ବିଜେ
ରତ୍ନ ସିଂହାସନକୁ ଆଉ କିଛି ସମୟ ପରେ ବିଜେ କରିବେ ନିଳାଦ୍ରି ବିଜେ

ଖବର ଓଡିଶା : ଆଜି ନୀଳାଦ୍ରିବିଜେ। ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ନେଇ ରତ୍ନବେଦୀକୁ ଫେରିବେ। ରଥଯାତ୍ରା, ସୁନାବେଶ ଓ ଅଧରପଣା ସାରି ମହାପ୍ରଭୁ ଆଜି ଗୋଟି ପହଣ୍ଡିରେ ବଡ଼ଦେଉଳକୁ ଫେରିବେ। ଚତୁର୍ଦ୍ଦାମୂର୍ତ୍ତି ରତ୍ନବେଦିରେ ପୁଣି ବିରାଜମାନ କରିବେ । ରତ୍ନସିଂହାସନରୁ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେବେ ।   ପତିତପାବନ ଯାତ୍ରା ସାରି ରତ୍ନ ସିଂହାସନକୁ ବାହୁଡ଼ିଛନ୍ତି ଶ୍ରୀଜୀଉ । ଘୋଷଯାତ୍ରାରେ ସାଙ୍ଗରେ ନେଇନଥିବାରୁ ଅଭିମାନୀନିଙ୍କୁ ରସଗୋଲା ଖୁଆଇ ମାନଭଞ୍ଜନ କରିବେ ଆମ ମହାପ୍ରଭୁ । ମାନଭଞ୍ଜନ ପରେ ନୀଳକନ୍ଦରରେ ପ୍ରବେଶ କରିବେ  ମହାପ୍ରଭୁ ଶ୍ରୀଜଗନ୍ନାଥ ।