ମାର୍ଚ୍ଚରୁ ଆରମ୍ଭ ହେବ IPL ଫାଇଟ୍ !
ଆଇପିଏଲ ଟୁର୍ନାମେଣ୍ଟ ମାର୍ଚ୍ଚ ୨୨ରୁ ଆରମ୍ଭ ହୋଇ ୨୬ ମେ' ପର୍ଯ୍ୟନ୍ତ ଖେଳାଯିବ ବୋଲି ଆଶା କରାଯାଉଛି।
ମାର୍ଚ୍ଚରୁ ଆରମ୍ଭ ହୋଇପାରେ ଫଟାଫଟ୍ କ୍ରିକେଟ ଆଇପିଏଲ୍ ସମର୍। ୧୭ତମ ଆଇପିଏଲ୍ ମାର୍ଚ୍ଚ ୨୨ରୁ ଆରମ୍ଭ ହେବାର ସମ୍ଭାବନା ରହିଛି।ଲୋକସଭା ନିର୍ବାଚନ ତାରିଖ ଘୋଷଣା ପରେ ଟୁର୍ନାମେଣ୍ଟ ତାରିଖ ସ୍ପଷ୍ଟ ହୋଇଯିବ।
କ୍ରିକବୁଜ୍ ରିପୋର୍ଟ ଅନୁଯାୟୀ, ଆଇପିଏଲ ଟୁର୍ନାମେଣ୍ଟ ମାର୍ଚ୍ଚ ୨୨ରୁ ଆରମ୍ଭ ହୋଇ ୨୬ ମେ' ପର୍ଯ୍ୟନ୍ତ ଖେଳାଯିବ ବୋଲି ଆଶା କରାଯାଉଛି, କିନ୍ତୁ ଲୋକସଭା ନିର୍ବାଚନ ତାରିଖ ଘୋଷଣା ପରେ ସ୍ପଷ୍ଟ ହେବ। ୱେମନ୍ ପ୍ରିମିୟର ଲିଗ୍ (WPL) ଅନୁଷ୍ଠିତ ହେବା ପରେ IPL ଖେଳାଯିବାର ସମ୍ଭାବନା ରହିଛି। WPL ଫେବୃଆରୀ ୨୨ରୁ ମାର୍ଚ୍ଚ ୧୭ ମଧ୍ୟରେ ସାରିବାକୁ ଲକ୍ଷ୍ୟ ରଖାଯାଇଛି। WPLକୁ ଲକ୍ଷ୍ୟରେ ରଖି IPL ପାଇଁ ତାରିଖ ନିର୍ଦ୍ଧାରିତ ହେବ।


