ରାମ ମନ୍ଦିର ପ୍ରତିଷ୍ଠା, ବିଜୟ ସହ ବିନୟର କ୍ଷଣ: ପ୍ରଧାନମନ୍ତ୍ରୀ

ସମୟର କାଳଚକ୍ରରେ ଆଜିର ଦିନ କାଳ କାଳ ପାଇଁ ସାକ୍ଷୀ ହୋଇ ରହିବ। ହଜାର ବର୍ଷ ପରେ ବି ଲୋକେ ଆଜିର ତାରିଖକୁ ଚର୍ଚ୍ଚା କରିବେ। ଆମେ ଅତ୍ୟନ୍ତ ଭାଗ୍ୟବାନ, ଏହି ମୁହୂର୍ତ୍ତକୁ ଦେଖୁଛୁ।"

Jan 22, 2024 - 18:49
 4
ରାମ ମନ୍ଦିର ପ୍ରତିଷ୍ଠା, ବିଜୟ ସହ ବିନୟର କ୍ଷଣ: ପ୍ରଧାନମନ୍ତ୍ରୀ

ହ ଶହ ବର୍ଷ ଅପେକ୍ଷାରେ ଅନ୍ତ ଘଟିଲା। ଜନ୍ମଭୂମିରେ ବିରାଜିଲେ ପ୍ରଭୁ ଶ୍ରୀରାମ। କେବଳ ଅଯୋଧ୍ୟା ନୁହେଁ ସମଗ୍ର ଭାରତ ବର୍ଷ ଆଜି ରାମମୟ ହୋଇଯାଇଛି। ମୁଖ୍ୟ ଯଜମାନ ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଭୁଙ୍କ ପ୍ରାଣ ପତିଷ୍ଠା କରାଇଛନ୍ତି। ଏହାପରେ ଦେଶବାସୀଙ୍କୁ ସମ୍ବୋଧିତ କରି 'ରାମ ଆସିଗଲେ, ରାମ ଆସିଗଲେ' ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ।

ରାମ ଆଉ ଟେଣ୍ଟ ଘରେ ନୁହେଁ, ମନ୍ଦିରରେ ରହିବେ। ସମୟର କାଳଚକ୍ରରେ ଆଜିର ଦିନ କାଳ କାଳ ପାଇଁ ସାକ୍ଷୀ ହୋଇ ରହିବ। ହଜାର ବର୍ଷ ପରେ ବି ଲୋକେ ଆଜିର ତାରିଖକୁ ଚର୍ଚ୍ଚା କରିବେ। ଆମେ ଅତ୍ୟନ୍ତ ଭାଗ୍ୟବାନ, ଏହି ମୁହୂର୍ତ୍ତକୁ ଦେଖୁଛୁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।