ଅଯୋଧ୍ୟାଠାରୁ ୧୦୦୦ କିମି ଦୂରରେ ଲୋକାର୍ପିତ ହେଲା ଆଉ ଏକ ଭବ୍ୟ ରାମ ମନ୍ଦିର

ରାଜଧାନୀ ଭୁବନେଶ୍ୱରଠାରୁ ୭୦ କିମି ଓ ନୟାଗଡ଼ଠାରୁ ପ୍ରାୟ ୩୫ କିମି ଦୂରରେ ରହିଛି ଫତେଗଡ଼ ଗାଁ। ସେହି ଗାଁକୁ ସୁରକ୍ଷା ଦେଇ କେଉଁ କାଳରୁ ଛିଡ଼ା ହୋଇଛି ଫତେଗଡ଼ ପାହାଡ଼। ସବୁଜିମାରେ ଆଚ୍ଛାଦିତ ଏହି ପାହାଡ଼ ଉପରେ ରହିଛି ଭାଗବତ ପୀଠ।

Jan 22, 2024 - 18:25
 2
ଅଯୋଧ୍ୟାଠାରୁ ୧୦୦୦ କିମି ଦୂରରେ ଲୋକାର୍ପିତ ହେଲା ଆଉ ଏକ ଭବ୍ୟ ରାମ ମନ୍ଦିର

ପ୍ରଭୁ ଶ୍ରୀରାମଙ୍କ ଜନ୍ମଭୂମି ଅଯୋଧ୍ୟାଠାରୁ ପ୍ରାୟ ୧୦୦୦ କିମି ଦୂରରେ ଲୋକାର୍ପିତ ହୋଇଛି ଆଉ ଏକ ଭବ୍ୟ ଓ ଦିବ୍ୟ ରାମ ମନ୍ଦିର। ହୋମଯଜ୍ଞ ଓ ମନ୍ତ୍ର ଧ୍ୱନୀ ଭିତରେ ଆଜି ଫତେଗଡ଼ ରାମ ମନ୍ଦିରରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହୋଇଛି। ପ୍ରଭୁଙ୍କ ଏହି ଦିବ୍ୟ ବେଶ ଦେଖି କୃତ୍ୟକୃତ ହେଉଛନ୍ତି ହଜାର ହଜାର ଶ୍ରଦ୍ଧାଳୁ। ହେଲେ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସାମିଲ୍‌ ହେବାକୁ କଥା ଦେଇ ଅସିଲେନି ପୁରୀ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ।

ରାଜଧାନୀ ଭୁବନେଶ୍ୱରଠାରୁ ୭୦ କିମି ଓ ନୟାଗଡ଼ଠାରୁ ପ୍ରାୟ ୩୫ କିମି ଦୂରରେ ରହିଛି ଫତେଗଡ଼ ଗାଁ। ସେହି ଗାଁକୁ ସୁରକ୍ଷା ଦେଇ କେଉଁ କାଳରୁ ଛିଡ଼ା ହୋଇଛି ଫତେଗଡ଼ ପାହାଡ଼। ସବୁଜିମାରେ ଆଚ୍ଛାଦିତ ଏହି ପାହାଡ଼ ଉପରେ ରହିଛି ଭାଗବତ ପୀଠ। ସେଇଠି ତିଆରି ହୋଇଛି ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ଓ ଦିବ୍ୟ ମନ୍ଦିର। ଫତେଗଡ଼ ଗାଁ ଲୋକ ଓ ଅନ୍ୟ ବଦାନ୍ୟ ବ୍ୟକ୍ତିଙ୍କ ଦାନ ଅର୍ଥରେ ଏହି ବିଶାଳ ମନ୍ଦିର ନିର୍ମାଣ କରାଯାଇଛି।