ବିଦେଶରେ ବି ଶୁଭିଲା 'ଜୟ ଶ୍ରୀ ରାମ' ନାରା, ଟାଇମ୍ସ ସ୍କୋୟାର୍‌ରେ ଲାଗିଲା ରାମଙ୍କ ଫଟୋ

Jan 22, 2024 - 18:12
 0
ବିଦେଶରେ ବି ଶୁଭିଲା 'ଜୟ ଶ୍ରୀ ରାମ' ନାରା, ଟାଇମ୍ସ ସ୍କୋୟାର୍‌ରେ ଲାଗିଲା ରାମଙ୍କ ଫଟୋ

ଦୀର୍ଘ ୫୦୦ ବର୍ଷର ଅପେକ୍ଷା ପରେ ଶେଷରେ ଆଜି ଅଯୋଧ୍ୟାର ଭବ୍ୟ ରାମ ମନ୍ଦିରରେ ବିରାଜମାନ କରିବେ ରାମଲଲା। ଆଉ କିଛି ସମୟ ପରେ ହେବ ରାମଲଲାଙ୍କ ବିଗ୍ରହର ପ୍ରାଣ ପ୍ରତିଷ୍ଠା। ଏଥିପାଇଁ ପୂରା ଉତ୍ସବ ମୁଖର ହୋଇପଡିଛି। ଦେଶ ସମେତ ବିଦେଶରେ ମଧ୍ୟ ଉତ୍ସବର ମାହୋଲ ରହିଛି। ଜୟ ଶ୍ରୀ ରାମ ନାରାରେ କମ୍ପିଛି ଆମେରିକା। ନ୍ୟୁୟର୍କ ଟାଇମ୍ସ ସ୍କୋୟାରରେ ଭଗବାନ ରାମ ଓ ମନ୍ଦିର ଥ୍ରୀଡି ଫଟୋ ଲଗାଯାଇଛି।

ଅଯୋଧ୍ୟାରେ ରାମ ଲଲାଙ୍କ ବିଗ୍ରହର ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଭାରତୀୟ ବଂଶୋଦ୍ଭବମାନେ ନ୍ୟୁୟର୍କର ଟାଇମ୍ସ ସ୍କୋୟାର୍‌ରେ ପ୍ରଭୁ ରାମଙ୍କର ଫଟୋ ପ୍ରଦର୍ଶନ କରି ଉତ୍ସବ ପାଳନ କରିଛନ୍ତି। ଉତ୍ସବ ପାଳନ ବେଳର ଫଟୋ ଓ ଭିଡିଓ ସେୟାର୍‌ କରି ନ୍ୟୁୟର୍କସ୍ଥିତ ଭାରତର କନ୍‌ସୁଲେଟ୍‌ ଜେନେରାଲ୍‌ କହିଛନ୍ତି, ଅଯୋଧ୍ୟାର ରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା ଅବ୍ୟବହିତ ପୂର୍ବରୁ ଟାଇମ୍‌ସ୍ ସ୍କୋୟାର୍‌ରେ ଭାରତୀୟ ବଂଶୋଦ୍ଭବମାନେ ଜୋରସୋର୍‌ରେ ଉତ୍ସବ ପାଳନ କରିଛନ୍ତି।