ଇସ୍ରାଏଲର ଏୟାର ଷ୍ଟ୍ରାଇକ, ହେଜବୋଲ୍ଲାର ବରିଷ୍ଠ କମାଣ୍ଡର ସଫା I
ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ରାଡୱାନ ଫୋର୍ସର ଡେପୁଟି ହେଡ୍ ଭାବେ କାମ କରୁଥିବା ୱିସାମ ଅଲ ତାୱିଲ ପ୍ରାଣ ହରାଇଛି।
ଗାଜାରେ ଘନଘନ ଆକ୍ରମଣ କରୁଥିବା ଇସ୍ରାଏଲ ଏବେ ଦକ୍ଷିଣ ଲେବାନନରେ ଏୟାର ଷ୍ଟ୍ରାଇକ କରିଛି। ଲେବାନନରେ ସକ୍ରିୟ ଥିବା ହେଜବୋଲ୍ଲାର ସ୍ୱତନ୍ତ୍ର ରାଡୱାନ ଫୋର୍ସକୁ ଟାର୍ଗେଟ କରି ଇସ୍ରାଏଲ ମିସାଇଲ ମାଡ଼ କରିଛି। ଏହି ଷ୍ଟ୍ରାଇକରେ ରାଡୱାନର ଜଣେ ବରିଷ୍ଠ କମାଣ୍ଡର ପ୍ରାଣ ହରାଇଛି।
ମିଳିଥିବା ସୂଚନା ଅନୁସାରେ, ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ରାଡୱାନ ଫୋର୍ସର ଡେପୁଟି ହେଡ୍ ଭାବେ କାମ କରୁଥିବା ୱିସାମ ଅଲ ତାୱିଲ ପ୍ରାଣ ହରାଇଛି। ସେ ଓ ଆଉ ଜଣେ ହେଜବୋଲ୍ଲା ସଦସ୍ୟ କାରରେ ଯାଉଥିଲେ। ସେମାନଙ୍କ ଗାଡ଼ି ଲେବାନନର ମଜଦାଲ ସେଲ୍ମ ଅତିକ୍ରମ କରୁଥିଲା।


