ଚିନ୍ତା ପ୍ରକଟ କଲା WHO: ଓଡ଼ିଶା ସମେତ ୧୨ଟି ରାଜ୍ୟରେ JN.1 ସବ୍-ଭାରିଆଣ୍ଟର ନୂଆ ମାମଲା

Jan 8, 2024 - 17:28
 3
ଚିନ୍ତା ପ୍ରକଟ କଲା WHO: ଓଡ଼ିଶା ସମେତ ୧୨ଟି ରାଜ୍ୟରେ JN.1 ସବ୍-ଭାରିଆଣ୍ଟର ନୂଆ ମାମଲା

ଭୁବନେଶ୍ୱର: କୋଭିଡ-୧୯ର ନୂଆ ସବ-ଭାରିଆଣ୍ଟ ଜେଏନ.୧କୁ ନେଇ ପୁଣି ଥରେ ଚିନ୍ତା ବଢ଼ିଯାଇଛି । ଜାନୁଆରୀ ୭ ତାରିଖ ମଧ୍ୟରେ ଓଡ଼ିଶା ସମେତ ୧୨ଟି ରାଜ୍ୟରେ ଏହି ସବ-ଭାରିଆଣ୍ଟର ୬୮୨ଟି ନୂଆ ମାମଲା ସାମ୍ନାକୁ ଆସିଛି । କର୍ଣ୍ଣାଟକରେ ୧୯୯ଟି, କେରଳରେ ୧୪୮ଟି, ମହାରାଷ୍ଟ୍ରରେ ୧୩୯ଟି, ଗୋଆରେ ୪୭ଟି, ଗୁଜରାଟରେ ୩୬ଟି, ଆନ୍ଧ୍ରପ୍ରଦେଶରେ ୩୦ଟି, ରାଜସ୍ଥାନରେ ୩୦ଟି, ତାମିଲନାଡ଼ୁରେ ୨୬ଟି, ଦିଲ୍ଲୀରେ ୨୧ଟି, ଓଡ଼ିଶାରେ ୩ଟି, ତେଲେଙ୍ଗାନାରେ ୨ଟି ଓ ହରିୟାଣାରେ ଗୋଟିଏ ମାମଲା ଚିହ୍ନଟ ହୋଇଛି ।