ଧର୍ମାନ୍ତରଣ ରାକେଟ୍ ଚାଲିଲେ ବୁଲଡୋଜର ଚାଲିବ

Jul 8, 2025 - 18:43
 2
ଧର୍ମାନ୍ତରଣ ରାକେଟ୍ ଚାଲିଲେ ବୁଲଡୋଜର ଚାଲିବ
ଧର୍ମାନ୍ତରଣ ରାକେଟ୍ ଚାଲିଲେ ବୁଲଡୋଜର ଚାଲିବ

ଖବର ଓଡିଶା : ବୈଧ ଧର୍ମାନ୍ତରଣ ରାକେଟ୍ ଚଲାଉଥିବା ଜମାଲୁଦ୍ଦିନ ଓରଫ ଛାଙ୍ଗୁର ବାବାଙ୍କ ବିରୋଧରେ ୟୁପି ପୁଲିସର କାର୍ଯ୍ୟାନୁଷ୍ଠାନ ଜାରି ରହିଛି । କିଛି ଦିନ ପୂର୍ବେ ତାଙ୍କୁ ଗିରଫ କରାଯାଇଥିବା ବେଳେ, ଆଜି ତାଙ୍କର ବିଳାସପୂର୍ଣ୍ଣ ପ୍ରାସାଦ ଉପରେ ବୁଲଡୋଜର ଚାଲିଛି । ବିଳାସପୂର୍ଣ୍ଣ କୋଠା ଭଙ୍ଗାଯିବା ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଛାଙ୍ଗୁର ବାବାଙ୍କୁ କଡ଼ା ଚେତାବନୀ ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ, "ଆମ ସରକାର ଆମର ଭଉଣୀ ଏବଂ ଝିଅମାନଙ୍କର ସମ୍ମାନ ଏବଂ ସୁରକ୍ଷା ପାଇଁ ସମ୍ପୂର୍ଣ୍ଣ ପ୍ରତିବଦ୍ଧ । ଉତ୍ତରପ୍ରଦେଶ ସରକାର ଆଇନ ଶୃଙ୍ଖଳା ପ୍ରତି କୌଣସି ପ୍ରକାରର ଦୟା ମନୋଭାବ ଦେଖାଇବେ ନାହିଁ । ଆଇନ ଅନୁଯାୟୀ, ଏପରି ଦଣ୍ଡ ଦିଆଯିବ ଯାହା ସମାଜ ପାଇଁ ଏକ ଉଦାହରଣ ହେବ।"