ରାଜ୍ୟରେ ବଢ଼ୁଛି ଶୀତ, ୧୦ ଡିଗ୍ରୀ ତଳକୁ ଖସିଲା ପାରଦ
ଚଳିତ ସିଜିନରେ ପ୍ରଥମ ଥର ପାଇଁ ରାଜଧାନୀ ଭୁବନେଶ୍ୱର ଓ କଟକର ତାପମାତ୍ରା ୧୩ ଡ଼ିଗ୍ରୀ ଛୁଇଁଛି ।
ରାଜ୍ୟରେ ଧୀରେ ଧୀରେ ବଢୁଛି ଶୀତ। ସକାଳେ କୁହୁଡିର ଚାଦର ଢାଙ୍କି ହୋଇଯାଉଛି। ସନ୍ଧ୍ୟା ହେବା ମାତ୍ରେ ମାଡ଼ି ଆସୁଛି ଜାଡ଼। ଦେହ ଥରାଇ ଦେଉଛି କୋହଲା ପବନ। ବିଶେଷକରି ଉପାନ୍ତ ଓ ପାହାଡିଆ ଅଞ୍ଚଳମାନଙ୍କରେ ଅଧିକ ଶୀତ ଅନୁଭୂତ ହେଉଛି । ଶୀତର ପ୍ରକୋପ ଯୋଗୁ ରାଜ୍ୟରେ ୧୦ ଡିଗ୍ରୀ ତଳକୁ ଖସିଛି ପାରଦ।
ରାଜ୍ୟରେ ୬ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି। ତେବେ ୮.୩ ଡିଗ୍ରୀ ରାତ୍ରୀ ତାପମାତ୍ରା ସହ ସୁନ୍ଦରଗଡ଼ ଜିଲ୍ଲାର କିରେଇ ସବୁଠୁ ଥଣ୍ଡା ସହର ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।


