ତାଇୱାନ ସୀମାରେ ଚୀନ ର ଯୁଦ୍ଧ ବିମାନ ମୁତୟନ

Jan 17, 2026 - 22:08
 1
ତାଇୱାନ ସୀମାରେ ଚୀନ ର ଯୁଦ୍ଧ ବିମାନ ମୁତୟନ

ଖବର ଓଡ଼ିଶା ବ୍ଯୂର: ଚୀନ ଓ ତାଇୱାନ ମଧ୍ୟରେ ଉତେଜନା ନେଲା ଗମ୍ଭୀର ରୂପ, କଣ ଚୀନ ଓ ତାଇୱାନ ମଧ୍ୟରେ ହେବକି ଯୁଦ୍ଧ ? ତାଇୱାନ ସୀମାରେ ଚୀନ ମୁତୟନ କଲା ଯୁଦ୍ଧ ବିମାନ , କଣ ରହିଛି ଚୀନ ର ଆଗାମୀ ପ୍ଲାନ l ତାଇୱାନ ଓ ଚୀନ ମଧ୍ୟରେ ଉତେଜନା ଗମ୍ଭୀର ପରିସ୍ଥିତିରେ ପହଁଚିଛି , ତାଇୱାନ ର ରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଜଳସୀମା ଓ ଆକାଶ ସୀମାରେ ଅସାମାନ୍ୟ ସ୍ଥିତି ଦେଖିବାକୁ ମିଳିଛି l ଏହି ଗତିବିଧି କୁ କିଛିମାସ ମଧ୍ୟରେ ସବୁଠୁ ବଡ଼ ଚୀନ ସୈନ୍ୟ ମୁତୟନ ଙ୍କ ଉପସ୍ଥିତି ଦେଖିବାକୁ ମିଳିଛି , ତାଇୱାନ ର ରକ୍ଷା ମନ୍ତ୍ରଣାଳୟର ସୂଚନା ଅନୁସାରେ ଚୀନ ର ପିପୁଲସ ଲିବରେସନ ଆର୍ମି ର ୩୪ ସୈନ୍ୟ ବିମାନ ଓ ପିପୁଲସ ଲିବରେସନ ଆର୍ମି ନେଭି ର ୧୧ ଯୁଦ୍ଧ ପୋତ ତାଇୱାନ ରେ ସକ୍ରିୟ ଥିବାର ଦେଖିବାକୁ ମିଳିଛି l

ତାଇୱାନ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଚୀନର ଅନେକ ବିମାନ ଚୀନ ଓ ତାଇୱାନ ମଧ୍ୟରେ ଥିବା ମିଡ଼ିଅମ ଲାଇନ କୁ ପାର କରିସାରିଛି, ଏହି ବିମାନ ତାଇୱାନ ର ସରକାର ଚୀନ ଉସୁକାଇବା ସହିତ ତୁଳନା କରାଯାଇଛି l ଚୀନ ସୈନ୍ୟ ବିଭାଗ ତାଇୱାନ ର ଉତର, ମଧ୍ୟ, ଦକ୍ଷିଣ-ପଶ୍ଚିମ ଓ ପୂର୍ବ ଭାଗ ରେ ସ୍ଥିତ ଆଦିଜ କ୍ଷେତ୍ରରେ ଦେଖିବାକୁ ମିଳିଥିଲା l

ମିଡ଼ିଅମ ଲାଇନ କୁ ଦୀର୍ଘ ସମୟରୁ ୨ଦେଶ ଙ୍କ ମଧ୍ୟରେ ଔପଚାରିକ ସୀମା ଭାବରେ ଗ୍ରହଣ କରାଯାଇଛି, କିନ୍ତୁ ଚୀନ ଏହାକୁ ମାନ୍ୟତା ଦେଉନାହିଁ ଏବଂ ଲଗାତାର ଏହାକୁ ଅତିକ୍ରମ କରୁଛି, ଏହି ଗତିବିଧି ପରେ ତାଇୱାନ ସେନା ସମ୍ପୂର୍ଣ ସତର୍କ ହୋଇଯାଇଛନ୍ତି, ରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ବାୟୁସେନା ଓ ନୌସେନା ପକ୍ଷରୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ l ରାଡ଼ାର, ଇଲେକ୍ଟ୍ରୋନିକ୍ସ ଯନ୍ତ୍ର ଓ ରେଡ଼ିଓ ସିଷ୍ଟମ ଜରିଆରେ ଚୀନ ବିମାନ ଗୁଡିକ ଉପରେ ନଜର ରଖାଯାଇଛି l