ଟ୍ରମ୍ପଙ୍କୁ ଡରିଗଲା ଇରାନ! ଭୟରେ ୮୦୦ ଫାଶୀ ଦଣ୍ଡକୁ କାର୍ଯ୍ୟକାରୀ କଲାନି

Jan 17, 2026 - 22:13
 2
ଟ୍ରମ୍ପଙ୍କୁ ଡରିଗଲା ଇରାନ! ଭୟରେ ୮୦୦ ଫାଶୀ ଦଣ୍ଡକୁ କାର୍ଯ୍ୟକାରୀ କଲାନି

ଖବର ଓଡ଼ିଶା ବ୍ଯୂର: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଧମକରେ ଛାନିଆ ହୋଇ ଯାଇଛି ଇରାନ। ଦେଶରେ ହିଂସାତ୍ମକ ବିକ୍ଷୋଭ(Iran Protest) ଘଟଣାରେ ଇରାନ ସରକାର ନିଜର ଫାଶୀ ଦଣ୍ଡ ନିଷ୍ପତ୍ତିକୁ ବଦଳାଇ ଦେଇଛନ୍ତି। ବିକ୍ଷୋଭ ଘଟଣାରେ ୮୦୦ ଫାଶୀ ଦଣ୍ଡକୁ କାର୍ଯ୍ୟକାରୀ କରିବାକୁ ଇରାନ ସରକାର ନିଷ୍ପତ୍ତି ନେଇଥିଲେ। କିନ୍ତୁ ଟ୍ରମ୍ପଙ୍କ ଭୟରେ ଏହା ଉପରେ ତେହରାନ ରୋଗ ଲଗାଇ ଦେଇଛି।