ଦଶହରା ପୂଜା ପାଇଁ ଆଗୁଆ ଦରମା:ମୁଖ୍ୟମନ୍ତ୍ରୀ

Sep 24, 2025 - 23:05
Sep 24, 2025 - 23:06
 3
ଦଶହରା ପୂଜା ପାଇଁ ଆଗୁଆ ଦରମା:ମୁଖ୍ୟମନ୍ତ୍ରୀ

ଖବର ଓଡ଼ିଶା ବ୍ଯୂର: ଦଶହରା ପରି ପାର୍ବଣ ୠତୁରେ ବିଭିନ୍ନ ସାମଗ୍ରୀ କିଣାକିଣି ହୋଇଥାଏ ଏବଂ ଏବର୍ଷ ସାରା ଦେଶରେ GST 2.0 ସଂସ୍କାର ପରେ ସାରା ଦେଶରେ ବଚତ୍ ଉତ୍ସବ ମଧ୍ୟ ପାଳନ କରାଯାଉଛି। ଏହାକୁ ଦୃଷ୍ଟିରେ ରଖି ଚଳିତ ମାସର ଦରମା  ୨୬ ତାରିଖ ସୁଦ୍ଧା ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ଶାରଦୀୟ ଦୁର୍ଗାପୂଜା ପାଇଁ ରାଜ୍ୟର ସମସ୍ତ ସରକାରୀ କର୍ମଚାରୀଙ୍କୁ ଆଗୁଆ ମିଳିବ ଦରମା । ଚଳିତ ସେପ୍ଟେମ୍ବର ମାସର ଦରମା ୨୬ ତାରିଖରେ ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି ।