ମହଙ୍ଗା ହେଲା ମାରୁତି ସୁଜୁକି କାର୍‌

Nov 22, 2026 - 22:50
 4
ମହଙ୍ଗା ହେଲା ମାରୁତି ସୁଜୁକି କାର୍‌

ଖବର ଓଡ଼ିଶା ବ୍ଯୂର: ନୂଆଦିଲ୍ଲୀ: ଦେଶର ପ୍ରମୁଖ କାର୍‌ ନିର୍ମାତା ମାରୁତି ସୁଜୁକି ପୁଣିଥରେ ଗାଡ଼ି ଦାମ୍‌ ବୃଦ୍ଧି କରିଛି। ନଭେମ୍ବର ୨୨ ତାରିଖଠାରୁ କେତେକ ନିର୍ଦ୍ଦିଷ୍ଟ ମଡେଲ୍‌ର ନୂଆ ଦାମ୍‌ ଲାଗୁ ହୋଇଛି। କମ୍ପାନି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ଗାଡ଼ିଗୁଡ଼ିକର ହାରାହାରି ମୂଲ୍ୟ ୦.୩୧ ପ୍ରତିଶତ ବୃଦ୍ଧି ପାଇବ। କମ୍ପାନି କହିଛି, କଞ୍ଚାମାଲ ଓ ଉତ୍ପାଦନ ଖର୍ଚ୍ଚ ବୃଦ୍ଧି ସହ ଲଗାତାର ମହଙ୍ଗା ଚାପ ଯୋଗୁଁ ଏହି ନିଷ୍ପତ୍ତି ନେବାକୁ ପଡ଼ିଛି। ଉତ୍ପାଦନ ଖର୍ଚ୍ଚ କମାଇବା ପାଇଁ କମ୍ପାନି ନିଜସ୍ୱ ସ୍ତରରେ ଉଦ୍ୟମ କରୁଥିଲେ ମଧ୍ୟ ଖର୍ଚ୍ଚ ବୃଦ୍ଧିର କିଛି ଅଂଶ ଗ୍ରାହକଙ୍କ ଉପରେ ଲଦିବାକୁ ପଡ଼ିଛି। ଚଳିତ ବର୍ଷ ଏହା ପୂର୍ବରୁ କମ୍ପାନି ୪ ଥର ଦାମ୍‌ ବଢ଼ାଇଛି। ତେବେ ଏଥର କେଉଁ ମଡେଲ୍‌ର ଦାମ୍‌ କେତେ ବଢ଼ିବ, ସେ ସମ୍ପର୍କରେ କମ୍ପାନି ସବିଶେଷ ତଥ୍ୟ ଦେଇନାହିଁ। ତେଣୁ ନୂଆ କାର୍‌ କିଣିବାକୁ ଯୋଜନା କରୁଥିବା ଗ୍ରାହକମାନେ ନିକଟସ୍ଥ ଅଧିକୃତ ବିକ୍ରୟ କେନ୍ଦ୍ରରୁ ନୂଆ ଦାମ୍‌ ଜାଣିବା ଆବଶ୍ୟକ।