ପ୍ରାଇମେରୀ ସ୍କୁଲ ପ୍ରଶ୍ନ ପତ୍ର ଲିକ୍ ଘଟଣା

ଆସିଷ୍ଟାଣ୍ଟ ଶିକ୍ଷକଙ୍କୁ ଗିରଫ କଲା ସାଇବର ଥାନା ପୁଲିସ

Apr 6, 2024 - 16:29
 2
ପ୍ରାଇମେରୀ ସ୍କୁଲ ପ୍ରଶ୍ନ ପତ୍ର ଲିକ୍ ଘଟଣା

ଖବର ଓଡ଼ିଶା ବ୍ଯୂର:ଭୁବନେଶ୍ବର: ପ୍ରାଇମେରୀ ସ୍କୁଲ ପ୍ରଶ୍ନ ପତ୍ର ଲିକ ଘଟଣା । ଆସିଷ୍ଟାଣ୍ଟ ଶିକ୍ଷକଙ୍କୁ ଗିରଫ କଲା ସାଇବର ଥାନା ପୁଲିସ । ଆସିଷ୍ଟାଣ୍ଟ ଶିକ୍ଷକ ଜଗନ୍ନାଥ କରଙ୍କୁ ଗିରଫ କଲା ସାଇବର ଥାନା ପୁଲିସ। ପ୍ରଥମରୁ ସପ୍ତମ ପର୍ଯ୍ୟନ୍ତ ପ୍ରଶ୍ନପତ୍ରକୁ ନିଜ ୟୁଟ୍ୟୁବରେ ଭାଇରଲ କରିଥିଲେ ଜଗନ୍ନାଥ । ନିଜର ୟୁଟୁବ ଭ୍ୟିୁ ବଢାଇବା ପାଇଁ ସ୍ତ୍ରୀଙ୍କ ସହ ମିଶି ଏମିତି କରିଥିଲେ ଜଗନ୍ନାଥ । ନିଜର ୟୁଟ୍ୟୁବ ଚାନେଲ ପ୍ରୋ-ଆନ୍ସରରେ ପ୍ରଶ୍ନପତ୍ର ଲିକ କରିଥିଲେ।  ଏନେଇ ଓସେପା ପକ୍ଷରୁ ୧୮ ମାର୍ଚ୍ଚରେ ସାଇବାର ଥାନାରେ ଅଭିଯୋଗ ହୋଇଥିଲା।

ତଦନ୍ତ ବେଳେ ପ୍ରାଇମେରୀ ସ୍କୁଲର କିଛି ପ୍ରଶ୍ନ ପତ୍ର ଲିକ ନେଇ ସୁରାକ ପାଇଥିଲା ପୁଲିସ । ସମୀର ଏଜୁକେସନ ନାମରେ ଏକ ୟୁଟ୍ୟୁବ ଚାନେଲ ଏହି କାମ କରୁଥିଲା ପ୍ରମାଣ ପାଇଥିଲା ପୁଲିସ। ଏହି ୟୁଟୁବରେ ମାଲିକ ସମୀର ସାହୁଙ୍କୁ ଗିରଫ କରିଥିଲା ପୁଲିସ। ଯାହାଙ୍କ ଘର ଗଂଜାମର ରମ୍ଭା । ସମୀରଙ୍କୁ ପଚରାଉଚରା ବେଳେ ପ୍ରୋ ଆନ୍ସର ଚ୍ୟାନେଲ ଲିଙ୍କ ସାମ୍ନାକୁ ଆସିଥିଲା । ପ୍ରୋ ଆନ୍ସର ଚ୍ୟାନେଲ ଜଗନ୍ନାଥ ନିଜ ପତ୍ନୀଙ୍କ ନାମରେ ଚଳାଇ ଥିଲା । ଏକ୍ସକ୍ଲୁଜିଭ ଭ୍ୟିୁ ପାଇଁ ନିଜର ୟୁଟ୍ୟୁବ ଚାଲେନରେ ପ୍ରସାରଣ କରୁଥିଲେ। ଜଗନ୍ନାଥ ଗିରଫ ପରେ ମୋବାଇଲ ଫୋନ ଜବତ ହୋଇଛି। ୟୁଟୁବରେ ସବୁ ଭିଡ଼ିଓ ଜବତ ହୋଇଛି। ଏ ନେଇ ଡିସିପି  ପ୍ରେସମିଟ କରି ସୂଚନା ଦେଇଛନ୍ତି।