ଆସନ୍ତା ଲୋକସଭା ନିର୍ବାଚନରେ ଓଡ଼ିଶାରେ ବିଜେପି ଅତିକମ୍ରେ ୧୫ଟି ଆସନ ଜିତିବ: ଧର୍ମେନ୍ଦ୍ର
politics/dharmendra-pradhan-said-that-bjp-will-come-in-the-upcoming-lok-sabha-elections
ଆସନ୍ତା ଲୋକସଭା ନିର୍ବାଚନରେ ଓଡ଼ିଶାରେ ବିଜେପି ଅତିକମରେ ୧୫ଟି ଆସନ ଜିତିବ। ଏହି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ନୂଆଦିଲ୍ଲୀରେ ଏକ ଜାତୀୟ ଗଣମାଧ୍ୟମର କାର୍ଯ୍ୟକ୍ରମରେ ଯୋଗ ଦେଇ ସେ ଏହା କହିଛନ୍ତି।
ଧର୍ମେନ୍ଦ୍ର କହିଛନ୍ତି, ୨୦୨୪ ସାଧାରଣ ନିର୍ବାଚନରେ ଓଡ଼ିଶାରେ ବିଜେପି ୪୫ ପ୍ରତିଶତ ଭୋଟ୍ ପାଇବ। ଓଡ଼ିଶାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆପ୍ରୁଭାଲ୍ ରେଟିଂ ୮୦ ପ୍ରତିଶତରୁ ଅଧିକ ରହିଛି। ୨୦୧୪ ଲୋକସଭା ନିର୍ବାଚନରେ ବିଜେପି ଓଡ଼ିଶାରେ ୨୨ ପ୍ରତିଶତ ଭୋଟ୍ ପାଇବା ସହ ଗୋଟିଏ ଲୋକସଭା ଆସନ ପାଇଥିଲା। ତେବେ ୧୯ ଲୋକସଭା ନିର୍ବାଚନରେ ଦଳର ଭୋଟ୍ ୩୮ ପ୍ରତିଶତକୁ ବୃଦ୍ଧି ପାଇବା ସହ ଆସନ ସଂଖ୍ୟା ୮ରେ ପହଞ୍ଚିଥିଲା। ବିଧାନସଭା ନିର୍ବାଚନରେ ମଧ୍ୟ ବିଜେପିର ଭୋଟ୍ ପ୍ରତିଶତ ବୃଦ୍ଧି ପାଉଥିବା ଧର୍ମେନ୍ଦ୍ର କହିଛନ୍ତି।


