୧୮ରେ ଭାରତ ଆସିବେ ବ୍ରାଜିଲ ରାଷ୍ଟ୍ରପତି

Feb 13, 2026 - 22:35
 1
୧୮ରେ ଭାରତ ଆସିବେ ବ୍ରାଜିଲ ରାଷ୍ଟ୍ରପତି

ଖବର ଓଡ଼ିଶା ବ୍ଯୂର: ନୂଆଦିଲ୍ଲୀ: ବ୍ରାଜିଲ ରା​‌ଷ୍ଟ୍ରପତି ଲୁଇ ଇନାସିଓ ଲୁଲା ଡା’ ସିଲ୍‌ଭା ଆସନ୍ତା ୧୮ରେ ପାଞ୍ଚଦିନିଆ ଭାରତ ଗସ୍ତରେ ଆସୁଥିବା ଜଣାପଡିଛି। ଫେବୃଆରୀ ୧୯ ଓ ୨୦ ଦୁଇଦିନ ଧରି ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଦ୍ବିତୀୟ ଏଆଇ ସମ୍ମିଳନୀରେ ସିଲ୍‌ଭା ଯୋଗଦେବାର କାର୍ୟ୍ୟକ୍ରମ ରହିଛି। ୨୧ରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ସେ ବିଭିନ୍ନ ଦ୍ବିପାକ୍ଷିକ ପ୍ରସଙ୍ଗରେ ଆଲୋଚନା କରିବେ ବୋଲି ବିଦେଶ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜଏସ୍‌ୱାଲ ସୂଚନା ଦେଇଛନ୍ତି। ଏହି ଗସ୍ତ ଅବସରରେ ସିଲ୍‌ଭା ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ଉପରାଷ୍ଟ୍ରପତି ସି.ପି.ରାଧାକୃଷ୍ଣନଙ୍କୁ ମଧ୍ୟ ଭେଟିବେ।