କାହ୍ନୁ ଲେଙ୍କାଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ

Feb 13, 2026 - 22:37
 1
କାହ୍ନୁ ଲେଙ୍କାଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ

ଖବର ଓଡ଼ିଶା ବ୍ଯୂର: ଭୁବନେଶ୍ୱର: ବରିଷ୍ଠ ରାଜନେତା, ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ କାହ୍ନୁଚରଣ ଲେଙ୍କାଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ କହିଛନ୍ତି ବରିଷ୍ଠ ନେତା, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ପୂର୍ବତନ ସାଂସଦ କାହ୍ନୁ ଚରଣ ଲେଙ୍କାଙ୍କ ଦେହାନ୍ତ ବିଷୟରେ ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ। ଏହି ଦୁଖଃଦ ସମୟରେ ଶୋକସନ୍ତପ୍ତ ପରିବାର ପ୍ରତି ମୋର ସମବେଦନା ଜଣାଇବା ସହ ଦିବଙ୍ଗତ ଆତ୍ମାଙ୍କ ଶାନ୍ତି ପାଇଁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି।

ବରିଷ୍ଠ ରାଜନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ କାହ୍ନୁ ଚରଣ ଲେଙ୍କାଙ୍କ ପରଲୋକ ଘଟିଛି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିିକିତ୍ସାଧୀନ ଅବସ୍ଥାରେ ୮୬ବର୍ଷ ବୟସରେ ଦେହାନ୍ତ ହୋଇଛି । ପି.ଭି ନରସିଂହ ରାଓଙ୍କ ସରକାରରେ କେନ୍ଦ୍ରରେ ରେଳ ଓ କୃଷି ରାଷ୍ଟ୍ରମନ୍ତ୍ରୀ ହୋଇଥିଲେ । କାହ୍ନୁ ଚରଣଙ୍କ ଦେହାନ୍ତରେ ରାଜ୍ୟ ରାଜନୀତିରେ ଶୋକର ଛାୟା ଖେଳିଯାଇଛି ।

କାହ୍ନୁଚରଣ ଲେଙ୍କା ୧୯୩୯ମସିହା ମାର୍ଚ୍ଚ ୨ରେ ଜନ୍ମଗ୍ରହଣ କରିଥିଲେ । ରାଜନୀତିରେ ପ୍ରବେଶ କରିବା ପରେ ୧୯୮୮-୯୪ ମସିହା ଯାଏଁ ରାଜ୍ୟସଭା ସାଂସଦ ରହିଥିଲେ । ଏହାପରେ ୧୯୯୫ରୁ ୨୦୦୦ ମସିହା ପର୍ୟ୍ୟନ୍ତ କଟକ-ଚୌଦ୍ୱାରର ବିଧାୟକ ହୋଇଥିଲେ । ଖାଲି ସେତିକି ନୁହେଁ କାହ୍ନୁ ପିସିସି ସଭାପତି ଭାବେ ମଧ୍ୟ ନିଜର ଦାୟିତ୍ୱକୁ ସଠିକ୍‌ ଭାବେ ନିର୍ବାହ କରିଥିଲେ ।