କୋରାପୁଟରେ ଲକ୍ଷ୍ମୀ ବସ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

laxmi-bus-in-koraput

Dec 14, 2023 - 14:50
 4
କୋରାପୁଟରେ ଲକ୍ଷ୍ମୀ ବସ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

କୋରାପୁଟ: କୋରାପୁଟ ଜିଲ୍ଲାରେ ଗଡିଲା ଲକ୍ଷ୍ମୀ ବସ । ଲକ୍ଷ୍ମୀ ବସ ଯୋଜନାର ଶୁଭ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ କହିଛନ୍ତି ଗାଁରେ ଗାଁରେ ବିକାଶର ପର୍ବ ଚାଲିଛି । ନବୀନ ଓଡ଼ିଶାରେ ପଞ୍ଚାୟତରେ ନୂଆ ଜାଗରଣ ଆସିଛି । ଡିଜିଟାଲ ଭିତ୍ତିଭୂମିର ବିକାଶ ହେଉଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

କୋରାପୁଟ ଜିଲ୍ଲାର ୧୦ଟି ବ୍ଲକର ପ୍ରାୟ ୫୦ ଟି ରୁଟରେ ୪୫ ଟି ଲକ୍ଷ୍ମୀ ବସ ଚଳାଚଳ କରିବ । କୋରାପୁଟ ଜିଲ୍ଲାକୁ ପ୍ରଥମ ପର୍ୟ୍ୟାୟରେ ୬୬ଟି ବସ ରାଜ୍ୟ ସରକାର ଅନୁମୋଦନ କରିଛନ୍ତି ସରକାର ।  ବନ୍ଧୁଗାଁ ବ୍ଲକରେ ୪ ଗୋଟି ବସ୍ ଚଳାଚଳ କରିବାକୁ ଥିବାବେଳେ ଏସଏଚଜି ବ୍ଲକ ମହସଂଘକୁ ପରିଚାଳନା ଦାୟିତ୍ଵ ଦିଆଯାଇଛି । ଲକ୍ଷ୍ମୀ ବସ୍ ସେବା ଆରମ୍ଭ ହେଲେ  ଗ୍ରାମାଞ୍ଚଳ ଦିନ ମଜୁରିଆ, କର୍ମଜୀବୀ ମହିଳା, ଛାତ୍ରଛାତ୍ରୀ ଏବଂ ଚାଷୀମାନେ ବେଶ ଉପକୃତ ହେବେ ।  ଗ୍ରାମାଞ୍ଚଳରୁ ସହରାଞ୍ଚଳକୁ ସୁନିଶ୍ଚିତ ବସ୍ ସଂଯୋଗ, ସୁଲଭ ଓ ନିର୍ଭରଯୋଗ୍ୟ ସେବା କ୍ଷେତ୍ରରେ ସହାୟକ ହେଉଛି ଲକ୍ଷ୍ମୀ ବସ୍ ।