ଉପକୂଳ ଛୁଇଁବ ବାତ୍ୟା ‘ମିଧିଲି’

Cyclone-Midhili-forms-in-Bay-of-Bengal

Nov 18, 2023 - 07:58
 6
ଉପକୂଳ ଛୁଇଁବ ବାତ୍ୟା ‘ମିଧିଲି’

ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ମିଧିଲି’ ଉପକୂଳ ଛୁଇଁବ। ଏହା ବାତ୍ୟାର ରୂପ ନେଇ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ରହିଛି। ଏହା ଉତ୍ତର-ଉତ୍ତରପୂର୍ବ ଦିଗକୁ ଘଣ୍ଟାକୁ ୨୬ କିମି ବେଗରେ ଗତି କରୁଛି ।ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି କି ଏହା ବଙ୍ଗୋପସାଗରରେ ପାରାଦୀପଠାରୁ ପୂର୍ବ-ଉତ୍ତରପୂର୍ବ ଦିଗରେ ୨୫୦ କିମି, ଦୀଘାର ପୂର୍ବ-ଦକ୍ଷିଣପୂର୍ବ ଦିଗରେ ୧୮୦ କିମି ଓ ବାଂଲାଦେଶର ଖେପୁପରାଠାରୁ ଦକ୍ଷିଣ-ପୂର୍ବ ଦିଗରେ ୧୮୦ କିମି ଦୂରରେ ରହିଛି । 

ତେବେ ସୃଷ୍ଟି ହୋଇଥିବା ବାତ୍ୟା ‘ମିଧିଲି’ ଉତ୍ତର-ଉତ୍ତରପୂର୍ବ ଦିଗକୁ ଗତି କରି ବାଂଲାଦେଶର ଖେପୁପରା ଉପକୂଳ ଛୁଇଁବାର ସମ୍ଭାବନା ରହିଛି । ଏହାର ପ୍ରଭାବ ଓଡିଶା ଉପରେ ନଥିବାରୁ ଆସନ୍ତା ୨ ଦିନ ରାଜ୍ୟର ପାଗ ଶୁଖିଲା ରହିବ। ୨୦ ରୁ ୨୨ ତାରିଖ ଯାଏଁ ଉପକୂଳ ଅଞ୍ଚଳଗୁଡିକରେ ମାଧ୍ୟମ ଧରଣର ବର୍ଷା ହୋଇପାରେ । ସେହିଭଳି ୨୧ ତାରିଖ ଦିନ ପୁରୀ, ଗଞ୍ଜାମ, ଗଜପତି, ଖୋର୍ଧା, ରାୟଗଡ଼ା, ମାଲକାନଗିରି, କୋରାପୁଟ, ନବରଙ୍ଗପୁର ଓ କନ୍ଧମାଳ ଆଦି ଜିଲ୍ଲାର କେତେକାଂଶରେ ହାଲୁକା ବର୍ଷାର ସମ୍ଭାବନା ରହୁଛି। ରାଜଧାନୀ ଭୁବନେଶ୍ବର ଓ ଏହାର ଆଖପାଖ ଅଞ୍ଚଳର ପାଗ ଆଂଶିକ ମେଘୁଆ ରହିବ। ସର୍ବୋଚ୍ଚ ଦିନ ତାପମାତ୍ରା ୩୨ ଡିଗ୍ରି ଓ ସର୍ବନିମ୍ନ ରାତି ତାପମାତ୍ରା ୨୦ ଡିଗ୍ରି ମଧ୍ୟରେ ରହିବ। ତେବେ ‘ମିଧିଲି’ର ପ୍ରଭାବ ଓଡ଼ିଶା ଉପରେ ନାହିଁ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।