ମୟୂରଭଞ୍ଜରୁ ତାନ୍ତ୍ରିକ ଗିରଫ ପ୍ରସଙ୍ଗ, ତଦନ୍ତ ଆରମ୍ଭ କଲା ପୁଲିସ
ଖବର ଓଡିଶା : ମୟୂରଭଞ୍ଜରୁ ତାନ୍ତ୍ରିକ ଗିରଫ ପ୍ରସଙ୍ଗ । ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ପାଉଁଶିଆ ଗାଁ ତନ୍ତ୍ରସାଧନା ଆଳରେ ମହିଳାଙ୍କ ଆପତ୍ତିଜନକ ଭିଡିଓ ଉତ୍ତୋଳନ ମାମଲା । ଘଟଣା ସମ୍ପର୍କରେ ବଡ଼ସାହି ଥାନା ଆଇଆଇସିଙ୍କୁ ଅବଗତ କଲା ଫରେଷ୍ଟ ଡିପାର୍ଟମେଣ୍ଟ । ଘଟଣା ନେଇ ତଦନ୍ତ ଆରମ୍ଭ କରିଛି ପୁଲିସ । ଦୁଇ ଦିନ ତଳେ ବାଘଛାଲ ରାକେଟ୍ର ଠାବ କରିଥିଲା ବନବିଭାଗ । ଏଥିରେ ଗିରଫ ହୋଇଥିବା ମୁଖ୍ୟ କାର୍ପଟ୍ଦାର ଶିକ୍ଷକ ଓ ତାନ୍ତ୍ରିକ ମୋବାଇଲରୁ ମିଳିଛି ଚମକାଇ ଦେବା ଭଳି ତଥ୍ୟ । ଉଭୟ ବଶୀକରଣ ଆଳରେ ଶତାଧିକ ମହିଳାଙ୍କ ଶୋଷଣ କରିଥିବା ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଥିଲା ।


