ଦୁଷ୍କର୍ମ ପୀଡ଼ିତାଙ୍କ ସହ ଅଶ୍ଳୀଳ କଥାବାର୍ତ୍ତା ହେବା ଜଣେ ଇନ୍ସପେକ୍ଟରଙ୍କୁ ମହଙ୍ଗା

Jul 18, 2025 - 16:20
 1
ଦୁଷ୍କର୍ମ ପୀଡ଼ିତାଙ୍କ ସହ ଅଶ୍ଳୀଳ କଥାବାର୍ତ୍ତା ହେବା ଜଣେ ଇନ୍ସପେକ୍ଟରଙ୍କୁ ମହଙ୍ଗା

ଖବର ଓଡିଶା : ଉତ୍ତର ପ୍ରଦେଶର ରାମପୁରରେ ଦୁଷ୍କର୍ମ ପୀଡ଼ିତାଙ୍କ ସହ ଅଶ୍ଳୀଳ କଥାବାର୍ତ୍ତା ହେବା ଜଣେ ଇନ୍ସପେକ୍ଟରଙ୍କୁ ମହଙ୍ଗା ପଡ଼ିଛି।  ନିକଟରେ ରାମପୁରର ମିଲକ ଥାନା ଅଞ୍ଚଳର ଜଣେ ଯୁବତୀ ଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ କରିଥିଲେ। ଏହି ଅଭିଯୋଗକୁ କେନ୍ଦ୍ର କରି ମିଲକ ଥାନା ଅଞ୍ଚଳର ଇନ୍ସପେକ୍ଟର ଉଦୟବୀର ସିଂହଙ୍କୁ ତଦନ୍ତ ଦାୟିତ୍ବ ଦିଆଯାଇଥିଲା । 

ଇନ୍ସପେକ୍ଟର ପଚରାଉଚରା ପାଇଁ ପୀଡିତାଙ୍କ ଫୋନ ନମ୍ବର ନେଇଥିଲେ । ବିଳମ୍ବିତ ରାତିରେ ଇନ୍ସପେକ୍ଟର ପୀଡିତାକୁ ଫୋନ୍ କରି ଅଶ୍ଳୀଳ କଥା ହେବା ସହିତ ମେସେଜ୍ ପଠାଇବା  ଆରମ୍ଭ କରିଥିଲେ। କିଛିଦିନ ଏପରି ଯିବାପରେ ପୀଡ଼ିତା ଥାନାକୁ ଆସିଥିବା ବେଳେ ଇନ୍ସପେକ୍ଟର ତାଙ୍କ ସହିତ ଅଶ୍ଳୀଳ ବ୍ୟବହାର କରିଥିଲେ।ଏହାପରେ ପୀଡ଼ିତା ଇନ୍ସପେକ୍ଟରଙ୍କ ବିଷୟରେ ତାଙ୍କ ମାଆଙ୍କୁ ସମସ୍ତ କଥା ଜଣାଇଥିଲେ।