ଉତ୍କର୍ଷ ଓଡ଼ିଶା କନକ୍ଲେଭରେ ଯୋଗ ଦେବେ ୧୨ ରାଷ୍ଟ୍ରର ପୁଞ୍ଜିପତିଙ୍କ ସମେତ ୫ହଜାର ଶିଳ୍ପ ପ୍ରତିନିଧି

୨୭ତାରିଖରେ ପ୍ରାକ୍ ଉତ୍କର୍ଷ ଓଡ଼ିଶା କନକ୍ଲେଭର ଅଂଶସ୍ୱରୂପ ସିଆଇଆଇ ନ୍ୟାସନାଲ କାଉନସିଲର ୫ଟି ଅଧିବେଶନ ଆୟୋଜିତ ହେବ । ଯେଉଁଥିରେ ସିଆଇଆଇ ନ୍ୟାସନାଲ କାଉନସିଲର ୨୦୦ ସଦସ୍ୟ ଯୋଗ ଦେବେ । ୨୮ତାରିଖ ପୂର୍ବାହ୍ନରେ ଉତ୍କର୍ଷ ଓଡ଼ିଶା କନକ୍ଲେଭକୁ ଆନୁଷ୍ଠାନିକ ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି ।

Jan 24, 2025 - 13:17
 1
ଉତ୍କର୍ଷ ଓଡ଼ିଶା କନକ୍ଲେଭରେ ଯୋଗ ଦେବେ ୧୨ ରାଷ୍ଟ୍ରର ପୁଞ୍ଜିପତିଙ୍କ ସମେତ ୫ହଜାର ଶିଳ୍ପ ପ୍ରତିନିଧି

ଚଳିତବର୍ଷ ‘ଉତ୍କର୍ଷ ଓଡ଼ିଶା-ମେକ୍ ଇନ ଓଡ଼ିଶା’ କନକ୍ଲେଭରେ ୫ହଜାରରୁ ଅଧିକ ଶିଳ୍ପ ପ୍ରତିନିଧି ଯୋଗ ଦେବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି କନକ୍ଲେଭକୁ ଉଦଘାଟନ କରିବେ । ୧୨ଟି ରାଷ୍ଟ୍ରର ପୁଞ୍ଜିନିବେଶକଙ୍କ ସମେତ ଫର୍ଚ୍ୟୁନ୍ ତାଲିକାରେ ସାମିଲ ୧୦୦ କମ୍ପାନୀର ପ୍ରତିନିଧି ମଧ୍ୟ ଏହି କନକ୍ଲେଭରେ ସାମିଲ ହେବେ । ଏହି ଦୁଇଦିନିଆ ସମ୍ମିଳନୀ ଆନୁଷ୍ଠାନିକ ଭାବେ ଜାନୁୟାରୀ ୨୮ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଉଦଘାଟିତ ହେବ ।

ମଙ୍ଗଳବାର ଏ ସମ୍ପର୍କରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ରାଜ୍ୟ ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା କହିଛନ୍ତି ଯେ, ରାଜ୍ୟ ସରକାର ଚଳିତବର୍ଷ ‘ଉତ୍କର୍ଷ ଓଡ଼ିଶା’ କନକ୍ଲେଭରେ ଯୋଗ ଦେବା ପାଇଁ ଫର୍ଚ୍ୟୁନ୍ ତାଲିକାରେ ସାମିଲ ୪୦୦କମ୍ପାନୀ ମଧ୍ୟରୁ ୧୦୦କମ୍ପାନୀକୁ ନିମନ୍ତ୍ରଣ କରିଛନ୍ତି । ଏହି କନକ୍ଲେଭରେ ଦେଶର ପ୍ରମୁଖ ନିବେଶକ ଓ ଶିଳ୍ପପତିଙ୍କ ସମେତ ୧୨ଟି ରାଷ୍ଟ୍ର ଯଥା-ଅଷ୍ଟ୍ରେଲିଆ, ଜାପାନ, ବ୍ରିଟେନ,ଜର୍ମାନୀ,ସିଙ୍ଗାପୁର, ମାଲେସିଆ, କ୍ୟୁବା ଓ ହଲାଣ୍ଡ ପ୍ରମୁଖ ଦେଶର ନିବେଶକ,ରାଷ୍ଟ୍ରଦୂତ ଓ ପ୍ରତିନିଧିମାନେ ଯୋଗ ଦେବେ । ଏହି ସବୁ ଦେଶ ‘କଂଟ୍ରି ଅଫ ଫୋକସ୍‌’ ରହିବାକୁ ନିମନ୍ତ୍ରଣ କରାଯାଇଛି । ଚଳିତ ଥର କନକ୍ଲେଭରେ ଆଇଟି,ଅକ୍ଷୟ ଶକ୍ତି, ବୟନଶିଳ୍ପ, କେମିକାଲସ, ଫୁଡ ପ୍ରୋସେସିଂ ଭଳି ୫ଟି କ୍ଷେତ୍ରକୁ ଅଧିକ ପ୍ରାଥମିକତା ଦିଆଯିବାକୁ ନିଷ୍ପତ୍ତି ହୋଇଛି ।