ଫେବ୍ରୁଆରୀ ୯ରେ ବାରବାଟୀ ଲଢ଼େଇ, ଟିକେଟ୍ ବୁକିଂ ପାଇଁ ତାରିଖ ଘୋଷଣା କଲା ଓସିଏ

Jan 24, 2025 - 13:14
 3
ଫେବ୍ରୁଆରୀ ୯ରେ ବାରବାଟୀ ଲଢ଼େଇ, ଟିକେଟ୍ ବୁକିଂ ପାଇଁ ତାରିଖ ଘୋଷଣା କଲା ଓସିଏ

ଭୁବନେଶ୍ୱର/କଟକ,୨୪/୦୧: ଭାରତ-ଇଂଲଣ୍ଡ ଦିନିକିଆ ସିରିଜର ଦ୍ୱିତୀୟ  ମ୍ୟାଚ୍‌ ଫେବ୍ରୁଆରୀ ୯ ତାରିଖରେ ବାରବାଟୀ  ଷ୍ଟାଡିୟମରେ ଖେଳାଯିବ । ଆୟୋଜକ ଓଡ଼ିଶା  କ୍ରିକେଟ ଆସୋସିଏସନ୍‌ (ଓସିଏ)  ଏନେଇ ପ୍ରସ୍ତୁତି ଚୁଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଟିକେଟ୍ ବୁକିଂ ନେଇ ତାରିଖ ଘୋଷଣା କରିଛି ଓସିଏ। ଓସିଏ ଅନୁବନ୍ଧିତ ସଂସ୍ଥା ଗୁଡ଼ିକୁ ଆସନ୍ତା ୨୮ ଓ ୨୯ ରେ ବିକ୍ରି କରାଯିବ । ସେହିଭଳି ସାଧାରଣ ଲୋକଙ୍କ ପାଇଁ ଫେବ୍ରୁଆରୀ ୬ ଏବଂ ୭ ତାରିଖରେ ଅନ୍‌ଲାଇନ୍ ଏବଂ ଅଫ୍‌ଲାଇନ୍‌ରେ ଟିକେଟ୍ କିଣିପାରିବେ।

ଗତ ଡିସେମ୍ବର ୨୯ ତାରିଖରେ  ଓସିଏର ବାର୍ଷିକ ସାଧାରଣ ବୈଠକ  ବସିଥିଲା । ବୈଠକରେ ପୂର୍ବ ଘୋଷିତ  ଟିକେଟ୍‌ ମୂଲ୍ୟ ହ୍ରାସ କରାଯିବା ନେଇ  ନିଷ୍ପତ୍ତି ହୋଇଥିଲା । ଗ୍ୟାଲେରୀ ୧ ଓ ୩  ନଂ ମୂଲ୍ୟ ୧୨୦୦ ଟଙ୍କା ରହିଥିଲା, ତାହା  ୧୦୦ ଟଙ୍କା ହ୍ରାସ ହୋଇ ୧୧୦୦ ଟଙ୍କା  କରାଯାଇଛି । ସେମିତି ଗ୍ୟାଲେରୀ ୫ର  ମୂଲ୍ୟ ୧୫୦୦ରୁ ୧୨୦୦ ଟଙ୍କା, ଗ୍ୟାଲେରୀ  ୨ ଓ ୪ର ମୂଲ୍ୟ ୧୦୦୦ରୁ ୯୦୦ ଟଙ୍କା,  ଗ୍ୟାଲେରୀ ୭ର ମୂଲ୍ୟ ୮୦୦ରୁ ୭୦୦  ଟଙ୍କା, ସ୍ପେଶିଆଲ ଏନକ୍ଲୋଜର ୭୦୦୦ରୁ  ୬୦୦୦ ଟଙ୍କା, ଏସି ଗ୍ୟାଲେରୀ ବକ୍ସ  ୯୦୦୦ରୁ ୮୦୦୦ ଟଙ୍କା, କର୍ପୋରେଟ  ବକ୍ସ ୨୦୦୦୦ ଟଙ୍କା ଏବଂ ନ୍ୟୁପାଭିଲିୟନ  ୧୦୦୦୦ ଟଙ୍କା ରଖାଯାଇଛି । କାଉଣ୍ଟରରେ ଦର୍ଶକଙ୍କୁ ମ୍ୟାଚ୍‌ର ଦୁଇ ଦିନ ପୂର୍ବରୁ ଟିକେଟ୍‌ ବିକ୍ରି କରାଯିବ । ଏଥିପାଇଁ କମିଶନ ପୋଲିସ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯଇଛି।