ଭାରତ ଓ ଚୀନକୁ ପୁଣି ଟାର୍ଗେଟ୍ କଲେ ଆମେରିକା ରାଷ୍ଟ୍ରପତି...
ଖବର ଓଡ଼ିଶା ବ୍ଯୂର: ଭାରତକୁ ପୁଣି ବିଶ୍ୱ ସ୍ତରରେ ନିନ୍ଦା କଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଦୀର୍ଘ ଦିନରୁ ଚାଲିଥିବା ରୁଷିଆ-ୟୁକ୍ରେନ ଯୁଦ୍ଧ ପାଇଁ ଭାରତକୁ ଦାୟୀ କଲେ ଟ୍ରମ୍ପ ଏପରିକି ଚୀନକୁ ମଧ୍ୟ କଡା ସମାଲୋଚନା କଲୋ
ଭାରତ ଓ ଚୀନ ଅଶୋଧିତ ତୈଳ ପାଇଁ ରୁଷିଆ ଉପରେ ନିର୍ଭର କରିଥାନ୍ତି । ଦୁଇ ଦେଶରେ ଯୁଦ୍ଧ ଆରମ୍ଭ ହେବା ଆଗରୁ ମଧ୍ୟ ଭାରତ ରୁଷିଆ ଠାରୁ ତୈଳ ଆଣୁଥିଲା । ପାଖପାଖି ୩୮ ପ୍ରତିଶତ ଅଶୋଧିତ ତୈଳ ରୁଷିଆ ଠାରୁ ଭାରତ ଆମଦାନୀ କରିଥାଏା
ଟ୍ରମ୍ପ କହିଛନ୍ତି ଯେ ଚୀନ ଏବଂ ଭାରତ ରୁଷୀୟ ତୈଳ କିଣି ୟୁକ୍ରେନ ବିରୋଧରେ ଯୁଦ୍ଧ କରିବା ପାଇଁ ରୁଷକୁ ଆର୍ଥିକ ସହାୟତା ଦେଉଛନ୍ତି। ଏହାକୁ ବିରୋଧ କରି ଆମେରିକା ରାଷ୍ଟ୍ରପତି ଭାରତ ଉପରେ ଅତିରିକ୍ତ ୨୫ ପ୍ରତିଶତ ଶୁଳ୍କ ଲାଗୁ କରିଥିଲେ, ଫଳରେ ଭାରତ ଉପରେ ମୋଟ ଆମେରିକା ଶୁଳ୍କ ୫୦ ପ୍ରତିଶତକୁ ବୃଦ୍ଧି ପାଇଥିଲା।
ମାତ୍ର ପରେ ଟ୍ରମ୍ପ ଟ୍ବିଟ କରି ଭାରତ ସହ ଆଗକୁ ସମ୍ପର୍କ ମଜବୁତ କରିବେ ବୋଲି କହିଥିଲେ । ଫଳରେ ଦୁଇ ଦେଶ ଭିତରେ ଚାଲିଥିବା ମନାନ୍ତର ଦୁର ହେବ ବୋଲି ଅନୁମାନ କରାଯାଉଥିଲା ।
ମାତ୍ର ଏବେ ପୁଣି ଆମେରିକା ରାଷ୍ଟ୍ରପତି ବିଶ୍ବ ଦରବାରରେ ଆଉ ଥରେ ଭାରତକୁ ଦୋଷୀ କରିଛନ୍ତି। କେବଳ ସେତିକି ନୁହେଁ ନାଟୋ ଦେଶଗୁଡିକ ରୁଷିଆରୁ ଆମଦାନୀ ହେଉଥିବା ଜିନିଷ ଉପରେ କଟକଣା ଲଗାଇନଥିବାରୁ ସେ ଦୁଃଖିତ ବୋଲି କହିଛନ୍ତି।
ଏହାସହ ଟ୍ରମ୍ପ କହିଥିଲେ କି ଶୁଳ୍କ ବୃଦ୍ଦି କରିବା ଦ୍ବାରା ହିଁ ଦୁଇ ଦେଶ ଭିତରେ ଚାଲିଥିବା ରକ୍ତପାତ ବନ୍ଦ କରିବା ସହଜ ହେବ।
ତେବେ ଇଉରୋପୀୟ ଦେଶଗୁଡିକ ସହ ଟ୍ରମ୍ପଙ୍କର କଥା କଟାକଟି ଚାଲିଥିବା ବେଳେ ପ୍ରଥମ ଥର ପାଇଁ ସେ ଇଉରୋପୀୟ ଦେଶଗୁଡିକୁ ସମର୍ଥନ କରିଛନ୍ତି।
ରୁଷିଆ-ୟୁକ୍ରେନ ଯୁଦ୍ଧ ବନ୍ଦ ପାଇଁ ଇଉରୋପୀୟ ଦେଶର ସହାୟତା ଆବଶ୍ୟକ ବୋଲି ସେ କହିଛନ୍ତି। ଦେଖାଯାଉ ଟ୍ରମ୍ପଙ୍କ ଯୁକ୍ତିର କି ଜବାବ ଦେଉଛି ଭାରତ


