ପୁରୀରେ ବଡ ଅଘଟଣ : ଦୋଷ ତ୍ରୁଟି ପାଇଁ କ୍ଷମା ମାଗିଲେ ମୁଖ୍ୟମନ୍ତ୍ରୀ

ପୁରୀରେ ବଡ ଅଘଟଣ। ଏ ନେଇ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ଏ ନେଇ ଓଡ଼ିଶାବାସୀ ଙ୍କୁ କ୍ଷମା ମାଗିଛନ୍ତି

Jun 29, 2025 - 16:35
Jun 29, 2025 - 16:37
 3
ପୁରୀରେ ବଡ ଅଘଟଣ : ଦୋଷ ତ୍ରୁଟି ପାଇଁ କ୍ଷମା ମାଗିଲେ ମୁଖ୍ୟମନ୍ତ୍ରୀ

ଖବର ଓଡିଶା –ପୁରୀରେ ବଡ ଅଘଟଣ। ଏ ନେଇ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ଏ ନେଇ ଓଡ଼ିଶାବାସୀ ଙ୍କୁ କ୍ଷମା ମାଗିଛନ୍ତି ଏଥିସହ ଆଇନ ମନ୍ତ୍ରୀ ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହ ଶ୍ରୀ ଗଜପତି ମହାରାଜ ଏଥିନେଇ ଦୁଃଖ ପ୍ରକାଶ କରିଛନ୍ତି । ଏଥିସହ ତଦନ୍ତ ପାଇଁ ଦାବି କରିଛନ୍ତି। ଏହି ଘଟଣା ପରେ ପୁରୀ ଜିଲ୍ଲାପାଳ ଓ ଏସ୍ପିଙ୍କୁ କର୍ତ୍ତବ୍ୟରେ ଅବହେଳା ନେଇ ବଦଳି କରାଯାଇଛି । ଏଥିସହ ମୃତକଙ୍କ ପରିବାର କୁ ପଚିଶ ଲକ୍ଷ ଟଙ୍କା ସରକାର ଅନୁକମ୍ପା ସହାୟତା ରାଶି ଘୋଷଣା କରିଛନ୍ତି । ସୁଚନା ଅନୁସାରେ ଅବ୍ୟବସ୍ଥା ପାଇଁ ଚାଲିଗଲା ୩ ଜୀବନ। ପ୍ରଭୁଙ୍କୁ ଦର୍ଶନ ପାଇଁ ଶରଧାବାଲିରେ ଜମିଥିଲା ଭିଡ଼। ରାତିରୁ ପୁରୀ ଆସି ଜଗା ଦର୍ଶନ ପାଇଁ ଡେରା ପକାଇଥିଲେ ଭକ୍ତ ।

୩ ରଥ ଆଗରେ ଜରି ପକାଇ ବସି ରହିଥିଲେ । ପହଡ଼ ଖୋଲିବା ପରେ ଦର୍ଶନ କରିଥାନ୍ତେ । କିନ୍ତୁ ପ୍ରବଳ ଭିଡ଼ ଭିତରେ ଟ୍ରକ୍ ପଶିବା ପରେ ଆରମ୍ଭ ହୋଇଥିଲା ଠେଲାପେଲା । ଚାରମାଳ କାଠ ଭର୍ତ୍ତି ଏକ ଟ୍ରକ୍ ଭିଡ଼ ଭିତରେ ପଶିଥିଲା । ଚାରମାଳ ରଖିବା ବେଳେ କିଛି ଭକ୍ତଙ୍କ ଉପରେ କାଠ ପଡ଼ିଯିବାରୁ ଭୟରେ ଲୋକେ ଦୌଡ଼ିବାକୁ ଲାଗିଲେ । ଆଉ ଆରମ୍ଭ ହେଲା ଠେଲାପେଲା । ରଥ ଚାରିପଟେ କିଛି ପୁଲିସ କର୍ମଚାରୀ ଥିଲେ ମଧ୍ୟ ଶୃଙ୍ଖଳିତ ଦର୍ଶନ ପାଇଁ କୌଣସି ବ୍ୟବସ୍ଥା କରାଯାଇ ନଥିବାରୁ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା ।

ଦଳାଚକଟାରେ ୩ ଜଣ ଭକ୍ତଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଜଣେ ପୁରୁଷ ଥିବା ବେଳେ ୨ ଜଣ ମହିଳା ରହିଛନ୍ତି ।  ନୟାଗଡ଼ର ବାସନ୍ତୀ ସାହୁ, ଭୁବନେଶ୍ବର ସହିଦନଗରର ପ୍ରେମକାନ୍ତ ମହାନ୍ତି ଏବଂ ଭୁବନେଶ୍ବର ଉପକଣ୍ଠ ବାଲିଅନ୍ତାର ପ୍ରଭାତୀ ଦାସଙ୍କ ମୃତ୍ୟୁ ହୋଇଛି । ଠେଲାପେଲାରେ ଅନେକ ଭକ୍ତ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି।  ଘଟଣାକୁ ନେଇ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଛି । ପୁଲିସ ଓ ପ୍ରଶାସନର ଅବହେଳାକୁ ଦାୟୀ କରିଛନ୍ତି ଶ୍ରଦ୍ଧାଳୁ । ସୋସିଆଲ ମିଡିଆରେ ପୋଷ୍ଟ କରି ବ୍ୟବସ୍ଥାକୁ ସମାଲୋଚନା କରିଛନ୍ତି ଅସୁବିଧା ଭୋଗିଥିବା ଭକ୍ତ ।