ନାବାଳିକାଙ୍କୁ ଅପହରଣ କରିବା ଅଭିଯୋଗରେ ଗିରଫ ହେଲେ ଜେଲରୁ ଫେରିଥିବା ଅଭିଯୁକ୍ତ
ଜଣେ ନାବାଳିକାଙ୍କୁ ଅପହରଣ କରିବା ଅଭିଯୋଗରେ ଗିରଫ ହେଲେ ଜେଲରୁ ଫେରିଥିବା ଅଭିଯୁକ୍ତ
ଖବରଓଡିଶା - ଜଣେ ନାବାଳିକାଙ୍କୁ ଅପହରଣ କରିବା ଅଭିଯୋଗରେ ଗିରଫ ହେଲେ ଜେଲରୁ ଫେରିଥିବା ଅଭିଯୁକ୍ତ । ଜେଲ୍ରୁ ଫେରି ପୁଣି ନାବାଳିକାଙ୍କୁ ଉଠାଇନେଇ ଦୁଷ୍କର୍ମ କଲା । ଏଭଳି ଏକ ମାମଲାରେ ଆଜି ଖାରବେଳନଗର ଥାନା ପୁଲିସ କେନ୍ଦୁଝର ଜିଲ୍ଲା ଘସିପୁରା ଅଞ୍ଚଳର ପ୍ରଦୀପ ଜେନାକୁ କୋର୍ଟ ଚାଲାଣ କରିଛି।
ପୁଲିସ ସୂଚନା ମୁତାବକ ଖାରବେଳନଗର ଥାନା ଶାସ୍ତ୍ରୀନଗର ଅଞ୍ଚଳର ଜଣେ ନାବାଳିକାଙ୍କୁ ଅଭିଯୁକ୍ତ ପ୍ରଦୀପ ଏକତରଫା ଭଲ ପାଉଥିଲା । ବିଭିନ୍ନ ସମୟରେ ତାଙ୍କୁ ପିଛା କରିବା ସହ ରାସ୍ତାରେ ଅଟକାଇ ପ୍ରେମ ନିବେଦନ କରୁଥିଲା ।
ମାତ୍ର ନାବାଳିକା ଜଣକ ତା’ କଥାରେ ରାଜି ନହେବାରୁ ରାଗରେ ପ୍ରଦୀପ ତାଙ୍କୁ ଅପହରଣ କରିନେଇଥିଲା । ଏହା ୪ମାସ ତଳର କଥା। ସେତେବେଳେ ପୁଲିସ ପ୍ରଦୀପକୁ ଗିରଫ କରିଥିଲା ଏବଂ ନାବାଳିକା ଅପହରଣ ମାମଲାରେ ପ୍ରଦୀପ ଜେଲ୍ ଯାଇଥିଲା । ମାସେ ଜେଲ୍ ରହିବା ପରେ ସେ ଜାମିନରେ ମୁକୁଳିଥିଲା । ଗତ ସପ୍ତାହରେ ସେ ପୁଣିଥରେ ନାବାଳିକାଙ୍କୁ ଅପହରଣ କରିନେଇଥିଲା । କେନ୍ଦୁଝରରେ ନାବାଳିକାଙ୍କୁ ରଖି ଦୁଷ୍କର୍ମ କରିଥିଲା । ଏବେ ଅଭିଯୁକ୍ତ ଧରାପଡିବା ପରେ ଜେଲ ଯାଇଥିବା ପୁଲିସ ସୂଚନା ଦେଇଛି


