ପ୍ରେମ ଆଗରେ ଫିକା ପଡ଼ିଛି ବାଟ

Jul 19, 2025 - 16:38
 2
ପ୍ରେମ ଆଗରେ ଫିକା ପଡ଼ିଛି ବାଟ
ପ୍ରେମ ଆଗରେ ଫିକା ପଡ଼ିଛି ବାଟ

ଖବର ଓଡିଶା :  ପ୍ରେମ ଆଗରେ ଫିକା ପଡ଼ିଛି ବାଟ । ନା କାଟୁଛି ଖରା ନା ଅଛି ବର୍ଷାରେ ଭିଜିବାର ଡର। ବାଟ ଅନେକ, ହେଲେ ଲକ୍ଷ୍ୟ ଗୋଟିଏ, ତାହା ହେଲା ସ୍ବାମୀଙ୍କୁ ଗଙ୍ଗାରେ ସ୍ନାନ କରାଇବା   । ଆପଣମାନେ ସତ୍ୟଯୁଗର ସାବିତ୍ରୀଙ୍କ କଥା ଶୁଣିଥିବେ , ଯିଏ ନିଜ ସ୍ବାମୀଙ୍କୁ ବଞ୍ଚାଇବା ପାଇଁ ଯମରାଜଙ୍କ ସହ ଲଢ଼ିଯାଇଥିଲେ । ହେଲେ ଆଜି ଆମେ ଶ୍ରାବଣର ସାବିତ୍ରୀ ବିଷୟରେ କହିବୁ, ଯିଏ ପକ୍ଷାଘାତର ଶିକାର ହୋଇଥିବା ସ୍ବାମୀଙ୍କୁ କାନ୍ଧରେ ବୋହି ୧୫୦କିଲୋମିଟର ବୋଲବମ ଯାତ୍ରାରେ ବାହାରିଛନ୍ତି । ଉତ୍ତରପ୍ରଦେଶର ମୁଜଫରନଗରରେ ଦେଖିବାକୁ ମିଳିଛି ଏହି ଅନନ୍ୟ ଘଟଣା  ।