କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କମ୍ୟୁନିଷ୍ଟ ନେତା ଭିଏସ୍ ଅଚ୍ୟୁତାନନ୍ଦନଙ୍କର ୧୦୧ ବର୍ଷ ବୟସରେ ପରଲୋକ

Jul 21, 2025 - 18:19
 2
କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କମ୍ୟୁନିଷ୍ଟ ନେତା ଭିଏସ୍ ଅଚ୍ୟୁତାନନ୍ଦନଙ୍କର ୧୦୧ ବର୍ଷ ବୟସରେ ପରଲୋକ
କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କମ୍ୟୁନିଷ୍ଟ ନେତା ଭିଏସ୍ ଅଚ୍ୟୁତାନନ୍ଦନଙ୍କର ୧୦୧ ବର୍ଷ ବୟସରେ ପରଲୋକ

କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କମ୍ୟୁନିଷ୍ଟ ନେତା ଭିଏସ୍ ଅଚ୍ୟୁତାନନ୍ଦନଙ୍କର ୧୦୧ ବର୍ଷ ବୟସରେ ପରଲୋକ ଘଟିଛି । ଥିରୁଅନନ୍ତପୁରମର ଏକ ଘରୋଇ ଡାକ୍ତରଖାନାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ବାର୍ଦ୍ଧକ୍ୟଜନିତ ଅସୁସ୍ଥତା କାରଣରୁ ତାଙ୍କର ଦେହାନ୍ତ ହୋଇଥିବା ଜଣାପଡ଼ିଛି। 

ବେଲିକକାଥୁ ଶଙ୍କରନ୍ ଅଚ୍ୟୁତାନନ୍ଦନ, ଯିଏକି ଭିଏସ୍ ନାମରେ ବେଶି ପରିଚିତ ଥିଲ। ସେ ୨୦୦୬ରୁ ୨୦୧୧ ପର୍ଯ୍ୟନ୍ତ କେରଳର ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ସେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ)ର ଜଣେ ପ୍ରମୁଖ ନେତା ଥିଲେ ଏବଂ ଦଳର ପ୍ରତିଷ୍ଠାତା ସଦସ୍ୟମାନଙ୍କ ମଧ୍ୟରୁ ଅନ୍ୟତମ ଥିଲେ। 

ଅଚ୍ୟୁତାନନ୍ଦନ ତାଙ୍କର ଦୀର୍ଘ ରାଜନୈତିକ ଜୀବନରେ କେରଳ ବିଧାନସଭାରେ ୧୫ ବର୍ଷ ଧରି ବିରୋଧୀ ଦଳର ନେତା ଭାବରେ କାର୍ଯ୍ୟ କରିଥିଲେ, ଯାହା ଏକ ରେକର୍ଡ ଅଟେ । ସେ ତାଙ୍କର ସ୍ପଷ୍ଟବାଦିତା ଏବଂ ଦୁର୍ନୀତି ବିରୋଧୀ ଆଭିମୁଖ୍ୟ ପାଇଁ ଜଣାଶୁଣା ଥିଲେ । ତାଙ୍କ ଶାସନ କାଳରେ ମୁନ୍ନାରରେ ବେଆଇନ ଜବରଦଖଲ ହଟାଇବା ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଥିଲା ।