ଖରିଫ ଫସଲ ପାଇଁ ରାଜ୍ୟରେ ୭.୯୪ ଲକ୍ଷ ମେଟ୍ରିକ୍ ଟନ୍ ସାର

Jul 18, 2025 - 16:27
 2
ଖରିଫ ଫସଲ ପାଇଁ ରାଜ୍ୟରେ ୭.୯୪ ଲକ୍ଷ ମେଟ୍ରିକ୍ ଟନ୍ ସାର

ଖବର ଓଡିଶା : ଚଳିତ ବର୍ଷ ଖରିଫ ଫସଲ ପାଇଁ ରାଜ୍ୟରେ ୭.୯୪ ଲକ୍ଷ ମେଟ୍ରିକ୍ ଟନ୍ ସାର ଉପଲବ୍ଧ ହୋଇଛି। କଳାବଜାରୀ ଓ ନକଲି ସାର କାରବାର ରୋକିବା ପାଇଁ ମାର୍କଫେଡ୍ ଅଧିକାରୀମାନେ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ସାର ବଣ୍ଟନ କାରବାରକୁ ସୁନିୟନ୍ତ୍ରିତ କରିବାକୁ କୃଷି, ରାଜସ୍ୱ ଏବଂ ପୁଲିସ ବିଭାଗକୁ ନେଇ ଜିଲ୍ଲା ଏବଂ ବ୍ଲକ ସ୍ତରରେ ଏନ୍ଫୋର୍ସମେଣ୍ଟ ସ୍କ୍ୱାଡ୍ ଗଠନ କରାଯାଇଛି ।

ସାର ଖୁଚୁରା ବିକ୍ରେତା ଏବଂ ପାଇକାରୀ ବିକ୍ରେତା ପଏଣ୍ଟଗୁଡ଼ିକର ଅଚାନକ ଯାଞ୍ଚ ଏବଂ  ବେଆଇନ କାର୍ଯ୍ୟ ରୋକିବାକୁ ପଦକ୍ଷେପ ନିଆଯାଇଛି। ଏଥି ମଧ୍ୟରେ ରାଜ୍ୟରେ ୧୯୯୩ ଖୁଚୁରା ବିକ୍ରେତା ପଏଣ୍ଟ ଯାଞ୍ଚ କରି ୪୨୭ ଖୁଚୁରା ବିକ୍ରେତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। ୮ ଟି ମାମଲାରେ ବିକ୍ରୟ ବନ୍ଦ ନୋଟିସ୍ ଜାରି କରାଯାଇଥିବା ବେଳେ  ଏଫ୍ସିଓ ନିୟମ ଉଲ୍ଲଂଘନ ପାଇଁ ୨୫ ଟି ଡିଲର ଲାଇସେନ୍ସକୁ ବାତିଲ କରାଯାଇଛି।