ପ୍ୟାରିସ୍ ଅଲିମ୍ପିକ୍ସ: ସ୍ପେନକୁ ହରାଇ ବ୍ରୋଞ୍ଜ ମେଡାଲ ଜିତିଲା ଭାରତୀୟ ହକି ଟିମ୍
ଖବର ଓଡ଼ିଶା ବ୍ଯୂର:ଭାରତୀୟ ହକି ଟିମ ପ୍ୟାରିସ ଅଲିମ୍ପିକ୍ସରେ ଇତିହାସକୁ ଦୋହରାଇଛି। ୫୨ ବର୍ଷ ମଧ୍ୟରେ ପ୍ରଥମଥର ଭାରତୀୟ ପୁରୁଷ ହକି ଟିମ ଅଲିମ୍ପିକ୍ସରେ ବ୍ୟାକ ଟୁ ବ୍ୟାକ ପଦକ ଜିତିଛି। ଆଜି ଦଳ ବ୍ରୋଞ୍ଜ ପଦକ ଲଢ଼େଇରେ ସ୍ପେନକୁ ୨-୧ ଗୋଲରେ ହରାଇ କମାଲ କରିଦେଇଛି।
ଭାରତୀୟ ଟିମ ବ୍ରୋଞ୍ଜ ପଦକ ଜିତିବାରୁ ଦଳ ପାଖକୁ ଶୁଭେଚ୍ଛାର ସୁଅ ଛୁଟିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ଭାରତୀୟ ହକି ଟିମକୁ ପ୍ରଶଂସା କରିବାରେ ଲାଗିଛନ୍ତି। ସମସ୍ତେ ଭାରତୀୟ ଟିମକୁ ବ୍ରୋଞ୍ଜ ପଦକ ପାଇଁ ଶୁଭେଚ୍ଛା ଜଣାଉଛନ୍ତି।


