ଜାପାନରେ ଶକ୍ତିଶାଳୀ ଭୂକମ୍ପ ଝଟକା, ସୁନାମି ୱାର୍ଣ୍ଣିଂ

7.1 ତୀବ୍ରତାର ଭୂକମ୍ପ ଝଟକା ଲାଗିବା ପରେ ସୁନାମି ଆଲର୍ଟ ଜାରି କରାଯାଇଛି।

Aug 8, 2024 - 22:37
 2
ଜାପାନରେ ଶକ୍ତିଶାଳୀ ଭୂକମ୍ପ ଝଟକା, ସୁନାମି ୱାର୍ଣ୍ଣିଂ

ଖବର ଓଡ଼ିଶା ବ୍ଯୂର: ଜାପାନରେ ଅନୁଭୂତ ହୋଇଛି ଶକ୍ତିଶାଳୀ ଭୂକମ୍ପ ଝଟକା। 7.1 ତୀବ୍ରତାର ଭୂକମ୍ପ ଝଟକା ଲାଗିବା ପରେ ସୁନାମି ଆଲର୍ଟ ଜାରି କରାଯାଇଛି। 

ୟୁନାଇଟେଡ ଷ୍ଟେଟ୍ସ ଜିଓଲୋଜିକାଲ ସର୍ଭେ ଅନୁସାରେ, ସ୍ଥାନୀୟ ସମୟ ଅପରାହ୍ନ 4ଟା 42ରେ ମିୟାଜାକିରେ ଭୂକମ୍ପ ଝଟକା ଲାଗିଥିଲା। ପ୍ରଭାବରେ ସୁନାମି ନେଇ ଆଶଙ୍କା କରାଯାଉଛି।

କିୟୁଶୁ ଏବଂ ଶିକୋକୁ ଅଞ୍ଚଳକୁ ସୁନାମି ପାଇଁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଏହି ଅଞ୍ଚଳରେ ସମୁଦ୍ର ସ୍ତର ଗୋଟିଏ ମିଟର ବୃଦ୍ଧି ପାଇବା ନେଇ ଆଶଙ୍କା କରାଯାଉଛି। ତେଣୁ ସ୍ଥାନୀୟ ବାସିନ୍ଦାଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ ଦିଆଯାଇଛି।