ଦିଲ୍ଲୀ ମଦ ଦୁର୍ନୀତି ମାମଲା: ଇଡିରେ ହାଜର ହେବେନି ଅରବିନ୍ଦ କେଜ୍ରିୱାଲ

delhi-liquor-policy-case-rvind-kejriwal-news

Nov 2, 2023 - 05:19
 2
ଦିଲ୍ଲୀ ମଦ ଦୁର୍ନୀତି ମାମଲା: ଇଡିରେ ହାଜର ହେବେନି ଅରବିନ୍ଦ କେଜ୍ରିୱାଲ

ଆଜି ଇଡିରେ ହାଜର ହେବେନି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଦିଲ୍ଲୀ ମଦ ନୀତି ମାମଲାରେ ସମନ୍ ପଠାଇଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଆଜି କେଜ୍ରିୱାଲଙ୍କୁ ଜେରା ହେବାକୁ ଥିବାବେଳେ ସେ ହାଜର ହେବେନି ବୋଲି ମନା କରିଛନ୍ତି। 

ସୂଚନା ଅନୁସାରେ ମଧ୍ୟ ପ୍ରଦେଶର ଏକ ରୋଡ୍ ଶୋରେ ଯୋଗଦେବେ କେଜ୍ରିୱାଲ। କିନ୍ତୁ ତଦନ୍ତକାରୀ ସଂସ୍ଥା ଇଡିରେ ହାଜର ହେବେ ନାହିଁ। ଅବକାରୀ ନୀତିରେ ଅର୍ଥ ହେରଫେର ମାମଲାକୁ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ସମନ ପଠାଇଥିଲା ଇଡି।