ଭାରତରେ ତିଆରି ହେବ ରାଫେଲ୍, ଟାଟା-ଡାସାଲ୍ଟ ବୁଝାମଣା

Jun 5, 2025 - 17:26
 2
ଭାରତରେ  ତିଆରି ହେବ ରାଫେଲ୍, ଟାଟା-ଡାସାଲ୍ଟ ବୁଝାମଣା

ଖବର ଓଡ଼ିଶା ବ୍ଯୂର: ନୂଆଦିଲ୍ଲୀ: ଫ୍ରାନ୍ସର ଅଗ୍ରଣୀ ପ୍ରତିରକ୍ଷା କମ୍ପାନୀ ଡାସଲ୍ଟ ଆଭିଏସନ୍ ଏବଂ ଭାରତର ଟାଟା ଆଡଭାନ୍ସଡ୍ ସିଷ୍ଟମ୍ସ ଲିମିଟେଡ୍ (ଟିଏଏସଏଲ୍) ରାଫେଲ୍ ଲଢ଼ୁଆ ବିମାନ ନିର୍ମାଣ ପାଇଁ ଚାରୋଟି ଉତ୍ପାଦନ ସ୍ଥାନାନ୍ତର ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି। ଏହା ଅଧୀନରେ, ରାଫେଲ୍ ଜେଟ୍‌ର ସମ୍ପୂର୍ଣ୍ଣ ଫ୍ୟୁଜଲେଜ୍ ( ବିମାନର ମୁଖ୍ୟବଡି) ଏବେ ଭାରତରେ ହିଁ ନିର୍ମିତ ହେବ। ଏହି ଚୁକ୍ତି ଦେଶର ପ୍ରତିରକ୍ଷା ଉତ୍ପାଦନ କ୍ଷମତାକୁ ମଜବୁତ କରିବା ସହିତ ଭାରତକୁ ବିଶ୍ୱ ମହାକାଶ ଯୋଗାଣ ଶୃଙ୍ଖଳରେ ଏକ ଗୁରୁତ୍ୱପୂର୍ଣ୍ଣ ଦେଶ କରିପାରିବ। ଏହି ସହଭାଗୀତା ଅଧୀନରେ, ଟାଟା ଆଡଭାନ୍ସଡ୍ ସିଷ୍ଟମ୍ସ ହାଇଦ୍ରାବାଦରେ ଏକ ଅତ୍ୟାଧୁନିକ ଉତ୍ପାଦନ କାରଖାନା ସ୍ଥାପନ କରିବ, ଯେଉଁଠାରେ ରାଫେଲ୍ ବିମାନର ପ୍ରମୁଖ ଅଂଶ - ଯେପରିକି ପଛ ଫ୍ୟୁଜେଲେଜର ପାର୍ଶ୍ଵ ସେଲ୍, ସମ୍ପୂର୍ଣ୍ଣ ପଛ ଅଂଶ, କେନ୍ଦ୍ରୀୟ ଫ୍ୟୁଜେଲେଜ୍ ଏବଂ ସମ୍ମୁଖ ଅଂଶ - ନିର୍ମିତ ହେବ। 

ଏହି ସହଭାଗୀତା ଅଧୀନରେ, ଟାଟା ଆଡଭାନ୍ସଡ୍ ସିଷ୍ଟମ୍ସ ହାଇଦ୍ରାବାଦରେ ଏକ ଅତ୍ୟାଧୁନିକ ଉତ୍ପାଦନ କାରଖାନା ସ୍ଥାପନ କରିବ, ଯେଉଁଠାରେ ରାଫେଲ୍ ବିମାନର ପ୍ରମୁଖ ଅଂଶ - ଯେପରିକି ପଛ ଫ୍ୟୁଜେଲେଜର ପାର୍ଶ୍ଵ ସେଲ୍, ସମ୍ପୂର୍ଣ୍ଣ ପଛ ଅଂଶ, କେନ୍ଦ୍ରୀୟ ଫ୍ୟୁଜେଲେଜ୍ ଏବଂ ସମ୍ମୁଖ ଅଂଶ - ନିର୍ମିତ ହେବ। 

ଡାସଲ୍ଟ ଆଭିଏସନ୍ ଷ୍ଟକ୍ ଏକ୍ସଚେଞ୍ଜକୁ ଏକ ବିବୃତ୍ତିରେ କହିଛି, "ଏହି କାରଖାନା ଭାରତର ମହାକାଶ ଭିତ୍ତିଭୂମିରେ ଏକ ପ୍ରମୁଖ ନିବେଶ ଏବଂ ହାଇ-ପ୍ରିସିସନ ଉତ୍ପାଦନ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ର ଭାବରେ କାର୍ଯ୍ୟ କରିବ।" ଏହି ପ୍ଲାଣ୍ଟରେ ଫ୍ୟୁଜଲେଜ୍ ନିର୍ମାଣ ଆର୍ଥିକ ବର୍ଷ ୨୦୨୮ରୁ ଆରମ୍ଭ ହେବ ବୋଲି ଆଶା କରାଯାଉଛି। ପ୍ରାରମ୍ଭରେ, ପ୍ରତି ମାସରେ ଦୁଇଟି ସମ୍ପୂର୍ଣ୍ଣ ଫ୍ୟୁଜଲେଜ୍ ଆସେମ୍ବଲି ଲାଇନରୁ ଗଡ଼ିପାରିବ। ଏହା ପ୍ରଥମ ଥର ହେବ ଯେ ରାଫେଲର ଗଠନ ଫ୍ରାନ୍ସ ବାହାରେ କୌଣସି ସ୍ଥାନରେ ନିର୍ମାଣ କରାଯିବ।