ବିହାର ସରକାର; ସମ୍ରାଟ ଚୌଧୁରୀ ଏବଂ ବିଜୟ ସିହ୍ନା ଉପମୁଖ୍ୟମନ୍ତ୍ରୀ
ଖବର ଓଡ଼ିଶା ବ୍ଯୂର: ନୂଆଦିଲ୍ଲୀ; ବିହାର ବିଧାନସଭା ନିର୍ବାଚନ ପରେ, ଜେଡିୟୁ ନୀତିଶ କୁମାରଙ୍କୁ ପୁଣି ନେତା ଭାବରେ ନିର୍ବାଚିତ କରିଛି । ଏହାର ଅର୍ଥ ନୀତିଶ କୁମାର ପରବର୍ତ୍ତୀ ସରକାରର ମୁଖ୍ୟମନ୍ତ୍ରୀ ହେବେ । ଏନଡିଏ ବିଧାୟକ ଦଳ ବୈଠକରେ ଯୋଗ ଦେବା ପୂର୍ବରୁ ନୀତିଶ କୁମାର ରାଜଭବନରେ ଇସ୍ତଫା ଦେବେ । ସେହିପରି ବିଜେପି ନେତା ସମ୍ରାଟ ଚୌଧୁରୀ ଏବଂ ବିଜୟ ସିହ୍ନା ନୀତିଶ କୁମାରଙ୍କ ନୂତନ ସରକାରରେ ଉପମୁଖ୍ୟମନ୍ତ୍ରୀ ଭାବରେ କାର୍ୟ୍ୟ କରିବେ । ବିଜେପି ବିଧାୟକ ଦଳ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ବିଜେପି ଏହାର ଦୁଇ ପୂର୍ବତନ ନେତାଙ୍କ ଉପରେ ଆସ୍ଥା ପ୍ରକାଶ କରିଛି । ପୂର୍ବରୁ, ସମ୍ରାଟ ଚୌଧୁରୀ ଏବଂ ବିଜୟ ସିହ୍ନା ନୀତିଶ କୁମାର ସରକାରରେ ଉପମୁଖ୍ୟମନ୍ତ୍ରୀ ଭାବରେ କାର୍ୟ୍ୟ କରିଥିଲେ ।


