ବିହାର ଏସ୍‌ଆଇଆର୍‌ ରଦ୍ଦ କରିବାର ଚେତାବନୀ ଦେଲେ ସୁପ୍ରିମକୋର୍ଟ

Sep 15, 2025 - 23:29
 3
ବିହାର ଏସ୍‌ଆଇଆର୍‌ ରଦ୍ଦ କରିବାର ଚେତାବନୀ ଦେଲେ ସୁପ୍ରିମକୋର୍ଟ

ବିଧାନସଭା ନିର୍ବାଚନ ପୂର୍ବରୁ ବିହାରରେ ଚାଲିଥିବା ଭୋଟର ତାଲିକା ସଂଶୋଧନ ବା ସ୍ପେଶାଲ ଇଣ୍ଟେନସିଭ ରିଭିଜନ(ଏସଆଇଆର) ପ୍ରସଙ୍ଗରେ ବଡ଼ ଚେତାବନୀ ଦେଇଛନ୍ତି ସୁପ୍ରିମକୋର୍ଟ। ଭାରତୀୟ ନିର୍ବାଚନ କମିଶନ ବିହାରରେ ଏସ୍‌ଆଇଆର ପାଇଁ ଆପଣାଇଥିବା ଶୈଳୀ ବା ବ୍ୟବସ୍ଥାରେ ଯଦି କୌଣସି ତ୍ରୁଟି ଜଣାପଡ଼ିବ, ତା’ହେଲେ ଏହାକୁ ସଂପୂର୍ଣ୍ଣ ଭାବେ ରଦ୍ଦ କରି ଦିଆଯିବ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି।

ବିହାର ଏସ୍‌ଆଇଆରକୁ ବିରୋଧ କରି ହୋଇଥିବା ଆବେଦନର ଶୁଣାଣି ଜଷ୍ଟିସ ସୂର୍ୟ୍ୟ କାନ୍ତ ଓ ଜଷ୍ଟିସ ଜୟମଳୟ ବାଗଚୀଙ୍କ ଖଣ୍ଡପୀଠ କରୁଛନ୍ତି। ଶୁଣାଣି ବେଳେ ରଦ୍ଦର ଚେତାବନୀ ଦେଇଥିଲେ ହେଁ ଖଣ୍ତପୀଠ ମାନିଛନ୍ତି ଯେ ଭାରତୀୟ ନିର୍ବାଚନ କମିଶନ ଗୋଟିଏ ସାମ୍ବିଧାନିକ ସଂସ୍ଥା ହୋଇଥିବାରୁ ଏସ୍‌ଆଇଆର ବେଳେ ଆଇନର ପାଳନ କରିଥିବେ। ଯଦି ନିର୍ବାଚନ କମିଶନ କୌଣସି ବେଆଇନ କାର୍ୟ୍ୟଶୈଳୀ ଆପଣାଇଥିବେ ତା’ହେଲେ ଏସ୍‌ଆରଆର ପରେ ପ୍ରସ୍ତୁତ ଭୋଟର ତାଲିକାକୁ ସଂପୂର୍ଣ୍ଣ ଭାବେ ରଦ୍ଦ କରି ଦିଆଯିବ ବୋଲି ଖଣ୍ଡପୀଠ ମତ ରଖିଛନ୍ତି।