କ୍ୟାବିନେଟ୍‌ ବୈଠକରେ ୭ଟି ପ୍ରସ୍ତାବରେ ବାଜିଲା ମୋହର

cabinetminister odishagovernment cmo

Aug 13, 2025 - 17:43
 1
କ୍ୟାବିନେଟ୍‌ ବୈଠକରେ ୭ଟି ପ୍ରସ୍ତାବରେ ବାଜିଲା ମୋହର

ଶେଷ  ହୋଇଛି କ୍ୟାବିନେଟ୍‌ ବୈଠକ। ବୈଠକ ଶେଷ ପରେ  ବଡ଼ ଘୋଷଣା କରିଛନ୍ତି ନରାଜ୍ୟ ସରକାର । ଲୋକସଭା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିରେବ ବୈଠକରେ ଛଅଟି ବିଭାଗର ୭ଟି ପ୍ରସ୍ତାବରେ ବାଜିଲା କ୍ୟାବିନେଟ୍‌ ମୋହର ।ପ୍ରସ୍ତାବ ଅନୁସାରେ  ସମବାୟ ବିଭାଗରେ  ହେବ ମଡେଲ ମଣ୍ଡି । ପ୍ରଥମ ପ୍ରର୍ଯ୍ୟାୟରେ ୩୦୦ କୋଟି ବ୍ୟୟରେ ୩୮ଟି ମଣ୍ଡି ହେବ ।ଏହାସହ  ଗୋଦାମ, ଶୌଚାଳୟ, ଟ୍ରକ ପାର୍କିଂ ଆଦି ସୁବିଧା ରହିବ । ଦ୍ୱତୀୟ ପର୍ଯାୟରେ ୬୮ଟି ମଣ୍ଡି ହେବ ।

ସେହିପରି ବିମାନ ସେବା କ୍ଷେତ୍ରରେ ଓଡ଼ିଶା ହେବ ଆଞ୍ଚଳିକ ହବ୍‌ । ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ବିଶ୍ୱ ସ୍ତରୀୟ ରକ୍ଷଣା ବେକ୍ଷଣା ବ୍ୟବସ୍ଥା ସୃଷ୍ଟି ହେବ । ବିମାନ ରକ୍ଷଣ ବେକ୍ଷଣ ପାଇଁ ୪୦ ପ୍ରତିଶତ ସବସିଡିରେ ଜମି ରେଣ୍ଟ୍‌ ଦେବେ ସରକାର । ଏଥିପାଇଁ MS ଏୟାର ୱାର୍କସ ଇଣ୍ଡିଆ PVT LTD କମ୍ପାନିକୁ ଚୟନ କରିଛନ୍ତି । ଓଡ଼ିଶା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗରେ ସ୍ୱତନ୍ତ୍ର ସଂଗ୍ରହଳୟ ପାଇଁ ନିଯୁକ୍ତି ପାଇଁ ଗଠନ ହେବ କ୍ୟାଡର । ମୁଖ୍ୟ ରହିବେ ଅତିରିକ୍ତ ସଚିବ ପାହ୍ୟା ଅଧିକାରୀ । ରାଜ୍ୟରେ ୧୭ଟି ମ୍ୟୁଜିୟମ ଥିବା ବେଳେ ଆଗକୁ ୩୯ଟି ମ୍ୟୁଜିୟମ କରିବାକୁ ଯୋଜନା କରୁଛନ୍ତି ସରକାର । ସେହିପରି ୩୫୦ କୋଟି ବ୍ୟୟରେ ସହରରେ LED ଲାଇଟ୍‌ ଲାଗିବ । ନୂଆ ଲାଇଟ ଲାଗିବା ସହ ପୁରୁଣା ଲାଇଟ ମରାମତି ହେବ । ସମ୍ବଲପୁର ସହରରେ ୩୮୨ କୋଟି ଟଙ୍କା ଖର୍ଚ୍ଚରେ ୨୪ ଘଣ୍ଟିଆ ପାଣି ମିଳିବ । ଏନେଇ ହୀରାକୁଦ ଡ୍ୟାମରୁ ଆସିବ ପାଣି । ଏହାସହ  ରାଜ୍ୟରେ ୮ ଟି ସରକାରୀ ନର୍ସିଂ କଲେଜ ସହ ୨୧ଟି ANM ସେଣ୍ଟର ଅଛି ଆଉ ୭ଟି ନୂଆ ନର୍ସିଂ କଲେଜ ଖୋଲିବେ ବୋଲି ମଧ୍ୟ କ୍ୟାବିନେଟରେ ନିଷ୍ପତି ହୋଇଛି  ।