କୋର୍ଟକୁ ବୋମାରେ ଉଡେଇଦେବୁ! ଭୟରେ ଥରହର ଓଡ଼ିଶାବାସୀ, ପୁଣି ଥରେ ୨ କୋର୍ଟକୁ ବୋମା ଧମକ
ଖବର ଓଡ଼ିଶା ବ୍ଯୂର: ଭୁବନେଶ୍ୱର: ପୁଣିଥରେ କୋର୍ଟକୁ ବୋମା ଧମକ। କଟକ ଜିଲ୍ଲା କୋର୍ଟରେ ବୋମା ଆତଙ୍କ । କୋର୍ଟକୁ ବୋମାରେ ଉଡାଇଦେବାକୁ ଆସିଛି ଧମକପୂର୍ଣ୍ଣ ଇ-ମେଲ। କିଛି ସମୟରେ କୋର୍ଟ ପରିସରରେ ବିସ୍ଫୋରଣ ହେବା ନେଇ ଅଜ୍ଞାତ ବ୍ୟକ୍ତି ଧମକ ଦେଇଥିବା ସୂଚନା । ଧମକପୂର୍ଣ୍ଣ ଇ-ମେଲ ମିଳିବା ପରେ କାର୍ଯ୍ୟ ବନ୍ଦ ସହ କୋର୍ଟ ପରିସର ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି।
ସମସ୍ତ କର୍ମଚାରୀ, ଓକିଲ ଓ ମହକିଲ କୋର୍ଟ ପରିସରରୁ ବାହାରି ଆସିଛନ୍ତି। ସମସ୍ତ କୋର୍ଟ ପରିସରରେ ଆଣ୍ଟି ବମ୍ ସ୍କ୍ଵାଡ୍ ସହ ପୁଲିସ ମୁତୟନ ହୋଇଛନ୍ତି। ଘଟଣାସ୍ଥଳରେ ତନ୍ନ ତନ୍ନ କରି ଯାଞ୍ଚ କରିବା ସହ ଛାନଭିନ୍ କରୁଛି ଟିମ୍ । କଟକ ଜିଲ୍ଲା ଦୌରା ଜଜ୍ କୋର୍ଟକୁ ବୋମା ଧମକ ଆସିଛି। ଏହା ଶୀତ ରାଜ୍ୟରେ କଟକ ଓ ଫୁଲବାଣୀ କୋର୍ଟକୁ ମଧ୍ୟ ଧମକ ମିଳିଛି । ଫୁଲବାଣୀ କୋର୍ଟ କୋର୍ଟ ପରିସରରେ ମଧ୍ୟ ଆଣ୍ଟି ବମ୍ ସ୍କ୍ଵାଡ୍ ସହ ପୁଲିସ ମୁତୟନ ହୋଇଛନ୍ତି।
ସୂଚନାମୁତାବକ ବିଦେଶ ରୁ ଆସିଛି ଧମକ। ମେଲ ମିଳିବା ପରେ ବୋମା ନିଷ୍କ୍ରିୟଟିମ ଦ୍ୱାରା ଟିକିନିକି ତନାଘନା ଚାଲିଛି । ତେବେ ଏହି ଧମକ ପ୍ରଥମ ନୁହେଁ ଏହା ପୂର୍ବରୁ ଆଉ ଥରେ ଏଭଳି ଧମକ ଆସିଥିଲା ।


