କୋରାପୁଟରେ ରେଳ ଧାରଣା ଉପରେ ପାହାଡ଼ରୁ ଧସିଲା ମାଟି ଓ ପଥର ଖଣ୍ଡ

Sep 24, 2023 - 06:02
 2
କୋରାପୁଟରେ ରେଳ ଧାରଣା ଉପରେ ପାହାଡ଼ରୁ ଧସିଲା ମାଟି ଓ ପଥର ଖଣ୍ଡ

କୋରାପୁଟ: କୋରାପୁଟ ଜିଲ୍ଲାର ଜରଟି ଷ୍ଟେସନ ନିକଟରେ ପାହାଡ଼ରୁ ମାଟି ଧସିବା ସହିତ ବଡ଼ ବଡ ପଥର ଖଣ୍ଡ ସବୁ ପାହାଡ ଉପରୁ ଖସି ରେଳ ଧାରଣା ଉପରେ ପଡି ରହିଛି । ଫଳରେ କୋରାପୁଟ-ଜୟପୁର ରେଳ ଯୋଗଯୋଗ ବିଛିନ୍ନ ହୋଇଯାଇଛି । ଜରଟି ନିକଟରେ ପାହାଡ଼ରୁ ରେଳ ଧାରଣାରେ ମାଟି ଓ ବଡ଼ ପଥର ପଡ଼ିଥିବାରୁ  କୋରାପୁଟ ଷ୍ଟେସନରେ ଜଗଦଲପୁର-ବିଶାଖାପାଟଣା ଏକ୍ସପ୍ରେସ ଅଟକିଥିବାର ସୂଚନା ମିଳିଛି । ଏହାଛଡା ଆହୁରି ୧୦ରୁ ଅଧିକ ଟ୍ରେନ୍‌ ବାତିଲ ହୋଇଥିବା ଜଣାଯାଇଛି ।