ଓଡ଼ିଶା ଆସିବେ ପ୍ରିୟଙ୍କା ଗାନ୍ଧୀ

Jan 1, 2026 - 22:37
 2
ଓଡ଼ିଶା ଆସିବେ ପ୍ରିୟଙ୍କା ଗାନ୍ଧୀ

ଖବର ଓଡ଼ିଶା ବ୍ଯୂର: ଭୁବନେଶ୍ୱର: ଓଡ଼ିଶା ଆସିବେ ପ୍ରିୟଙ୍କା ଗାନ୍ଧୀ । ଏନେଇ ସୂଚନା ଦେଇଛନ୍ତି ପିସିସି ସଭାପତି ଭକ୍ତ ଦାସ । ବିରାଟ ମହିଳା ସମବେଶକୁ କରିବେ ସମ୍ବୋଧନ ।

ଓଡ଼ିଶା ଆସିବେ କଂଗ୍ରେସ ନେତ୍ରୀ ତଥା ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା । ଆସନ୍ତା ମାର୍ଚ୍ଚ ମାସରେ ରାଜ୍ୟରେ କଂଗ୍ରେସ ଏକ ବିରାଟ ମହିଳା ସମାବେଶ କରିବ । ଏହି ସମାବେଶରେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଯୋଗଦେବେ । ଏହି ସମାବେଶ ରାଜ୍ୟର ୧୦ଟି ଜିଲ୍ଲାରେ ଅନୁଷ୍ଠିତ ହେବ । ଏହା ପରେ କଂଗେସ ନେତା ରାହୁଲ ଗାନ୍ଧୀଙ୍କୁ ଓଡ଼ିଶା ଆଣି ଆଉ ଏକ ସମାବେଶ କରିବାକୁ କଂଗ୍ରେସ ଯୋଜନା କରିଛି । ଏନେଇ ପିସିସ ସଭାପତି ଭକ୍ତ  ଚରଣ ଦାସ ସୂଚନା ଦେଇଛନ୍ତି ।
୨୦୨୬ରେ କଂଗ୍ରେସ ସରକାରଙ୍କ ସହ ୩ ଗୁଣା ସଂଘର୍ଷ କରିବ ବୋଲି ସୂଚନା ଦେଇଛନ୍ତି ପିସିସି ସଭାପତି ଭକ୍ତ ଦାସ ।