ରୋହିତ, ରାହାଣେ ଓ ଦୁବେଙ୍କୁ ଆଉଟ କରି ଚର୍ଚ୍ଚାରେ ବୋଲର ଉମର ମୀର

ଆଜି ୩୧ ବର୍ଷୀୟ ଉମର ନିଜର ବୋଲିଂ ମାଧ୍ୟମରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିପାରିଛନ୍ତି। ନିଜ ପେସ୍‌ ଓ ବାଉନ୍ସ ମାଧ୍ୟମରେ ସେ ନିୟମିତ ଭାବେ ମୁମ୍ବାଇର ବ୍ୟାଟରମାନଙ୍କୁ ଘାଇଲା କରି ଚାଲିଥିଲେ

Jan 24, 2025 - 12:31
 6
ରୋହିତ, ରାହାଣେ ଓ ଦୁବେଙ୍କୁ ଆଉଟ କରି ଚର୍ଚ୍ଚାରେ  ବୋଲର ଉମର ମୀର

ଚର୍ଚ୍ଚା ଦ୍ରୁତ ବୋଲର ଉମର ନାଜିର ମୀର। ଜମ୍ମୁ-କଶ୍ମୀର ପାଇଁ ଘରୋଇ କ୍ରିକେଟ ଖେଳୁଥିବା ଉମର ଆଜି ମୁମ୍ବାଇ ବିପକ୍ଷରେ ଦମଦାର ବୋଲିଂ କରି ଚର୍ଚ୍ଚାକୁ ଆସିଛନ୍ତି। ସେ ଆଜି ରୋହିତ ଶର୍ମା, ଅଜିଙ୍କ୍ୟ ରାହାଣେ ଓ ଶିବମ ଦୁବେଙ୍କ ଭଳି ଷ୍ଟାର ବ୍ୟାଟରଙ୍କୁ ନିଜ ଘାତକ ବୋଲିଂରେ ଚକମା ଦେଇ ପ୍ୟାଭିଲିୟନ ପଠାଇଛନ୍ତି। ଉମର ମୁମ୍ବାଇର ଅନ୍ୟତମ ଷ୍ଟାର ହାର୍ଦ୍ଦିକ ତାମୋରେଙ୍କ ୱିକେଟ ବି ନେଇଛନ୍ତି।

ଆଜି ୩୧ ବର୍ଷୀୟ ଉମର ନିଜର ବୋଲିଂ ମାଧ୍ୟମରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିପାରିଛନ୍ତି। ନିଜ ପେସ୍‌ ଓ ବାଉନ୍ସ ମାଧ୍ୟମରେ ସେ ନିୟମିତ ଭାବେ ମୁମ୍ବାଇର ବ୍ୟାଟରମାନଙ୍କୁ ଘାଇଲା କରି ଚାଲିଥିଲେ। ସେ ୧୧ ଓଭର ବୋଲିଂ କରି ୪୧ ରନ ଦେବା ସହ ୪ଟି ୱିକେଟ ଦଖଲ କରିଛନ୍ତି। ଏଥିଯୋଗୁ ଷ୍ଟାର ଖଚିତ ମୁମ୍ବାଇ ତା’ର ପ୍ରଥମ ଇନିଂସରେ ମାତ୍ର ୧୨୦ ରନ କରି ଅଲଆଉଟ ହୋଇଯାଇଛି। ୬ ଫୁଟ ୪ ଇଞ୍ଚ ଉଚ୍ଚତାର ମୀରଙ୍କ ପେସ୍‌ ବୋଲିଂ ଦେଖି ସମସ୍ତେ ପ୍ରଭାବିତ ହୋଇଛନ୍ତି।

ଉମର ନାଜିର ପ୍ରଥମେ ଫର୍ମ ପାଇଁ ସଂଘର୍ଷ କରୁଥିବା ରୋହିତ ଶର୍ମା(୩)ଙ୍କୁ ଶର୍ଟ ପିଚ୍‌ ବଲରେ ଆଉଟ କରିଥିଲେ। ରୋହିତ ତାଙ୍କ ପେସ୍‌ ଓ ବାଉନ୍ସକୁ ଆଦୌ ବୁଝି ପାରି ନଥିଲେ। ଏହାପରେ ୧୨ ରନ କରିଥିବା ରାହାଣେଙ୍କୁ ମୀର କ୍ଲିନବୋଲ୍ଡ କରି ଦେଇଥିଲେ। ୧୪ତମ ଓଭରର ଦ୍ୱିତୀୟ ବଲରେ ହାର୍ଦ୍ଦିକ ଓ ୫ମ ବଲରେ ଶିବମ ଦୁବେଙ୍କୁ ଖାତା ଖୋଲିବା ପୂର୍ବରୁ ମୀର ପ୍ୟାଭିଲିୟନ ପଠାଇ ଦେଇଥିଲେ।