ଶିମିଳିପାଳରେ ୧୧୧୫ ଫୁଟ୍‌ର ଜଳପ୍ରପାତ ଠାବ

Sep 4, 2023 - 13:01
 3
ଶିମିଳିପାଳରେ  ୧୧୧୫ ଫୁଟ୍‌ର ଜଳପ୍ରପାତ ଠାବ

ବାରିପଦା: ଶିମିଳିପାଳ ଜାତୀୟ ଉଦ୍ୟାନରେ ଏବେ ବି ଅନେକ ଅନାଲୋଚିତ ଓ ଅନାବିଷ୍କୃତ ସ୍ଥାନ ରହିଛି। ଏଭଳି ସ୍ଥାନଗୁଡ଼ିକୁ ଲୋକଲୋଚନକୁ ଆଣିବା ଓ ପର୍ଯ୍ୟଟନର ବିକାଶ ନିମନ୍ତେ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରୁଥିବା ଅନୁଷ୍ଠାନ ‘ମୟୂରଭଞ୍ଜ ମିରର୍‌’ ପୁଣି ଏକ ଅନାଲୋଚିତ ଜଳପ୍ରପାତ ଠାବ କରିଛି। ବାସିପିଠା ନିକଟସ୍ଥ ସୁବର୍ଣ୍ଣମଞ୍ଜରୀଠାରୁ ପ୍ରାୟ ୫ କି.ମି ଘଞ୍ଚ ଜଙ୍ଗଲ ମଧ୍ୟରେ ଠାବ କରାଯାଇଛି ‘ସୁବର୍ଣ୍ଣଝରଣ’ ନାମକ ଏକ ଆକର୍ଷଣୀୟ ଓ ୧୧୧୫ ଫୁଟ୍‌ ଉଚ୍ଚର ଜଳପ୍ରପାତ। ୬ସ୍ତର ବିଶିଷ୍ଟ ‘ସୁବର୍ଣ୍ଣଝରଣ’ ଜଳପ୍ରପାତର ୪ଟି ସ୍ତର ଦୃଶ୍ୟମାନ ହେଉଥିବା ବେଳେ ଅନ୍ୟ ଦୁଇଟି ସ୍ତର ଗଛପତ୍ରର ସବୁଜ ଆବରଣ ଭିତରେ ଲୁଚି ରହିଛି।