ମୁଖ୍ୟମନ୍ତ୍ରୀଙ୍କ ରୋଡ୍‌‌ ଶୋ’ ପାଇଁ ଟ୍ରାଫିକ କଟକଣା

May 16, 2024 - 18:19
 2
ମୁଖ୍ୟମନ୍ତ୍ରୀଙ୍କ ରୋଡ୍‌‌ ଶୋ’ ପାଇଁ ଟ୍ରାଫିକ କଟକଣା

ଖବର ଓଡ଼ିଶା ବ୍ଯୂର: ଭୁବନେଶ୍ୱର: ଆଜି ସନ୍ଧ୍ୟାରେ ଭୁବନେଶ୍ୱରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରୋଡ ଶୋ’ ରହିଛି। ଭୁବନେଶ୍ୱରସ୍ଥିତ ୟୁନିଟ-୬, ଗଙ୍ଗନଗର ଛକ ଠାରୁ ଏଲଆଇସି ଅଫିସ ଛକ, ଗୋପବନ୍ଧୁ ଛକ, ଓୟୁଏଟି ଗେଷ୍ଟ ହାଉସ ଛକ, ୟୁନିଟ-୮ ଡିଏଭି ସ୍କୁଲ ଛକ, ଏଚ୍‌‌ଡିଏଫସି ବ୍ୟାଙ୍କ ଛକ, ବାଲୁଙ୍କେଶ୍ୱର ମନ୍ଦିର ଛକ, ମମତାଜ ଅଲ୍ଲି ସ୍କୁଲ, ଶ୍ରୀକୃଷ୍ଣ କ୍ଲବ, ବେହେରା ସାହି ଛକ, ନିକୋ ପାର୍କ ଛକ, ବାୟାବାବା ମଠ, ରୁପାଲୀ ଛକ, ରାମମନ୍ଦିର ଛକ, ଶ୍ରୀୟା ଛକ, ମାଷ୍ଟର କ୍ୟାଣ୍ଟିନ ଦେଇ ଶିଶୁ ଭବନ ଛକ ପର୍ୟ୍ୟନ୍ତ ରୋଡ ଶୋ ହେବାର କାର୍ୟ୍ୟସୂଚୀ ରହିଛି। ଜନସାଧାରଣଙ୍କ ସୁଗମନାଗମନ ଦୃଷ୍ଟିରେ ରଖି ସହରାଞ୍ଚଳ ପୁଲିସ ପକ୍ଷରୁ ଟ୍ରାଫିକ ନିର୍ଦ୍ଦେଶାନାମା ଜାରି କରାଯାଇଛି।
ଅପରାହ୍ନ ସାଢ଼େ ୪ଟାରୁ ରୋଡ ଶୋ ସରିବା ପର୍ୟ୍ୟନ୍ତ ୟୁନିଟ-୬ ସ୍ଥିତ ଗଙ୍ଗନଗର ଛକ ଠାରୁ ଏଲ୍‌‌ଆଇସି ଅଫିସ ଛକ ଠାରୁ ବାମ ପାର୍ଶ୍ବ ରାସ୍ତା ଦେଇ ଗୋପବନ୍ଧୁ ଛକ, ଓୟୁଏଟି ଗେଷ୍ଟ ହାଉସ ଛକ ଠାରୁ ଡାହାଣ ପାର୍ଶ୍ବ ରାସ୍ତା ଦେଇ ୟୁନିଟ-୮ ଡ଼ିଏଭି ସ୍କୁଲ ଛକ, ଏଚଡ଼ିଏଫସି ବ୍ୟାଙ୍କ ଛକ ଠାରୁ ବାମ ପାପାର୍ଶ୍ବ ରାସ୍ତା ଦେଇ ବାଲୁଙ୍କେଶ୍ୱର ମନ୍ଦିର ଛକ, ମମତାଜ ଅଲି ସ୍କୁଲ, ଶ୍ରୀକୃଷ୍ଣ କ୍ଲବ ଠାରୁ ଡାହାଣ ପାର୍ଶ୍ବ ରାସ୍ତା ଦେଇ ବେହେରା ସାହି ଛକ, ନିକୋ ପାର୍କ ଛକ, ବାୟାବାବା ମଠ ଠାରୁ ବାମ ପାର୍ଶ୍ବ ରାସ୍ତା ଦେଇ ରୁପାଲୀ ଛକ ଠାରୁ ୟୁ-ଟର୍ନ ନେଇ ରାମମନ୍ଦିର ଛକ, ଶ୍ରୀୟା ଛକ, ମାଷ୍ଟର କ୍ୟାଣ୍ଟିନ ଦେଇ ଶିଶୁ ଭବନ ଛକ ରାସ୍ତା ପର୍ୟ୍ୟନ୍ତ କୌଣସି ପ୍ରକାରର ଯାନବାହନ ଯିବା ଆସିବା କରି ପାରିବେ ନାହିଁ। ଉକ୍ତ ରାସ୍ତାକୁ ସଂଯୋଗ କରୁଥିବା ସମସ୍ତ ଗଳି ରାସ୍ତାରୁ କୌଣସି ପ୍ରକାରର ଯାନବାହନ ଉପରୋକ୍ତ ସମୟରେ ସେହି ରାସ୍ତାକୁ ଯିବାକୁ ଦିଆଯିବ ନାହିଁ। ଉପରୋକ୍ତ ରାସ୍ତାରେ ନଯାଇ ଅନ୍ୟ ରାସ୍ତାଦେଇ ଯାତାୟାତ କରିବା କମିସନରେଟ ପୁଲିସ ପକ୍ଷରୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି।