ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ବଢିଲା ସ୍ୱାଧୀନତା ସଂଗ୍ରାମୀଙ୍କ ଭତ୍ତା

Jan 2, 2025 - 22:42
 3
ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ବଢିଲା ସ୍ୱାଧୀନତା ସଂଗ୍ରାମୀଙ୍କ ଭତ୍ତା

ଭୁବନେଶ୍ୱର, 02.01.2025:ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବଢିଲା ସ୍ୱାଧୀନତା ସଂଗ୍ରାମୀଙ୍କ ଭତ୍ତା । କାରାବରଣ କରିଥିବା ସ୍ୱାଧୀନତା ସଂଗ୍ରାମୀଙ୍କ ପେନସନ୍‌ ପୂର୍ବରୁ ୧୦ ହଜାର ଟଙ୍କା ଥିବା ବେଳେ ଏହାକୁ ସରକାର ବଢାଇବାକୁ ନିଷ୍ପତ୍ତି ନେଇଛନ୍ତି । ୧୦ ହଜାର ଟଙ୍କାରୁ ବୃଦ୍ଧି ପାଇ ୨୦ ହଜାର ଟଙ୍କା କରି ଦିଆଯାଇଛି ।

ସେହିଭଳି କାରାବରଣ କରି ନଥିବା ସ୍ୱାଧୀନତା ସଂଗ୍ରାମୀଙ୍କ ପେନସନ୍‌କୁ ୯ ହଜାର ଟଙ୍କାରୁ ବଢାଇ ୧୫ ହଜାର ଟଙ୍କା କରିଛନ୍ତି ରାଜ୍ୟ ସରକାର । କେବଳ ସେତିକି ନୁହେଁ, ଜାତୀୟ ପେନସନ୍‌ଧାରୀ ସଂଗ୍ରାମୀଙ୍କ ଭତ୍ତାକୁ ୮ ହଜାର ଟଙ୍କାରୁ ବଢାଇ ୧୦ ହଜାର ଟଙ୍କା କରିଛନ୍ତି ସରକାର । ଏନେଇ ସ୍ୱାଧୀନତା ସଂଗ୍ରାମୀ ଦିବସ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି ।