କଙ୍କଡା ତରକାରୀ ପ୍ଲେଟ୍‌ର ଦାମ୍‌ ୫୬ ହଜାର ଟଙ୍କା!

Sep 21, 2023 - 11:14
 4
କଙ୍କଡା ତରକାରୀ ପ୍ଲେଟ୍‌ର ଦାମ୍‌ ୫୬ ହଜାର ଟଙ୍କା!


ସିଙ୍ଗାପୁରର ଏକ ରେସ୍ତୋରାଁରେ କଙ୍କଡା ଡିସ୍‌ ଖାଇବା ପରେ ବିଲ୍‌ ଦେଖି ଜାପାନ ପର୍ଯ୍ୟଟକ ଚକିତ ହୋଇଛନ୍ତି  । ଗୋଟିଏ କଙ୍କଡା ତରକାରିର ମିଲ୍‌ ପାଇଁ ୫୬ ହଜାର ଟଙ୍କା ବିଲ୍‌ ଦେଖି ପୁଲିସର ଦ୍ୱାରସ୍ଥ ହୋଇଛନ୍ତି ପର୍ଯ୍ୟଟକ । ଡିସର ମୂଲ୍ୟ ବାବଦରେ ରେସ୍ତୋରାଁ ପକ୍ଷରୁ ତାଙ୍କୁ ସଠିକ୍‌ ବାବେ ଅବଗତ କରାଯାଇ ନଥିବା ଅଭିଯୋଗ କରିଛନ୍ତି ଉକ୍ତ ମହିଳା । ଗୋଟିଏ କଙ୍କଡା ତରକାରୀର ଦାମ୍‌ ୫୬ ହଜାର ଟଙ୍କା ମହିଳାଙ୍କୁ ପୁଲିସ ଉପସ୍ଥିତିରେ ରେସ୍ତୋରାଁ ମ୍ୟାନେଜର ମଧ୍ୟ ସ୍ପଷ୍ଟୀକରଣ ଦେଇଛନ୍ତି । 

ସୂଚନା ଅନୁସାରେ, ନିକଟରେ ଜାପାନର ଜଣେ ପର୍ଯ୍ୟଟକ ତାଙ୍କର ୩ ଜଣ ସାଙ୍ଗମାନଙ୍କ ସହ ସିଙ୍ଗାପୁର ଗସ୍ତ କରିଥିଲେ । ଏହି ସମୟରେ ସେ ଏକ ରେସ୍ତୋରାଁ ଯାଇଥିଲେ । ସେଠାରେ ସେ ଚାରି ଜଣଙ୍କ ପାଇଁ କଙ୍କଡା ଡିସ୍‌ ଅର୍ଡର୍‌ କରିଥିଲେ । ମହିଳା ଜଣକ ଆଲାସ୍କାନ୍‌ କିଙ୍ଗ ଚିଲି କ୍ରାବ୍‌ ଡିସ୍‌ ଅର୍ଡର କରିଥିଲେ । ଖାଇବା ପରେ ତାଙ୍କ ଆଗରେ ଥିବା ବିଲ୍‌ ଦେଖି ସେମାନେ ତାଜୁବ୍‌ ହୋଇ ଯାଇଥିଲେ ।

 କାରଣ ଚାରି ପ୍ଲେଟ୍‌ ଖାଦ୍ୟ ପାଇଁ ୫୬,୫୦୩ ଟଙ୍କା ବିଲ୍‌ ଆସିଥିଲା, ଯାହାକୁ ଦେଖି ଆଶ୍ଚର୍ଯ୍ୟ ହେବା ସହ ପୁଲିସରେ ଏନେଇ ଅଭିଯୋଗ କରିଥିଲେ । ସେ ଅଭିଯୋଗ କରିଥିଲେ ଯେ, ୱେଟର୍‌ ତାଙ୍କୁ ଗୋଟିଏ ପ୍ଲେଟ୍‌ ପାଇଁ ୨୦ ଡରାଲ୍‌ ଅର୍ଥାତ୍‌ ୧,୬୬୧ ଟଙ୍କା ବୋଲି କହିଥିଲେ । ମାତ୍ର ପ୍ରତି ୧୦୦ ଗ୍ରାମ୍‌ କଙ୍କଡା ପାଇଁ ଏଠାରେ ଚାର୍ଜ ଲାଗୁ ହେବା ନିୟମ ବାବଦରେ ଜଣାଇନଥିବା କହିଥିଲେ । ଚାରି ଜଣ ମହିଳା ପର୍ଯ୍ୟଟକ ୩ କିଲୋ ୫୦୦୦ ଗ୍ରାମର ଗୋଟିଏ କଙ୍କଡା ତରକାରି ଖାଇଥିଲେ । ଆଉ ରେସ୍ତୋରାଁ ନିୟମ ଅନୁସାରେ ତାଙ୍କର ୫୬,୫୦୩ ଟଙ୍କାର ବିଲ୍‌ ଆସିଥିଲା ।

ଜାପାନ ପର୍ଯ୍ୟଟକ ଏଥିପାଇଁ ୱେଟରଙ୍କୁ ଦାୟୀ କରିଥିଲେ । କିନ୍ତୁ ରେସ୍ତୋରାଁ ମ୍ୟାନେଜର ଏଥିରେ କର୍ମଚାରୀଙ୍କର କୌଣସି ଭୁଲ୍‌ ନଥିବା ସ୍ପଷ୍ଟୀକରଣ ଦେଇଥିଲେ । କାରଣ ତାଙ୍କ ରେସ୍ତୋରାଁରେ ଗ୍ରାହକଙ୍କ ସମ୍ମୁଖରେ ଖାଦ୍ୟର ଓଜନ ଏବଂ ବିଲ୍‌ ରଖାଯାଏ । ଏନେଇ ସେମାନେ ଅର୍ଡର କରିବା ପରେ ହିଁ ଖାଦ୍ୟ ପ୍ରସ୍ତୁତ ହୁଏ । ଅନ୍ୟ ଗ୍ରାହକମାନେ ମଧ୍ୟ ଏହିପରି ସମାନ ମେନୁ ପାଇଁ ଟଙ୍କା ଦେଉଥିବା କହିଥିଲେ । କିଛି ସମୟ ଆଲୋଚନା ହେବା ପରେ ରେସ୍ତୋରାଁ ପକ୍ଷରୁ ସେମାନଙ୍କୁ ୭୮ ଡଲାର ବା ୬,୪୭୯ ଟଙ୍କାର ରିହାତି ଦିଆଯାଇଥିଲା । ପରେ ସେମାନେ ଏନେଇ ସିଙ୍ଗାପୁର ପର୍ଯ୍ୟଟନ ବିଭାଗରେ ମଧ୍ୟ ଅଭିଯୋଗ କରିଛନ୍ତି ।