୯୨ ଲକ୍ଷ ଛୁଇଁଲା ସୁଭଦ୍ରା ଆବେଦନ

Sep 25, 2024 - 23:08
 4
୯୨ ଲକ୍ଷ ଛୁଇଁଲା ସୁଭଦ୍ରା ଆବେଦନ


ଖବର ଓଡ଼ିଶା ବ୍ଯୂର: ଭୁବନେଶ୍ୱର: ସୁଭଦ୍ରା ଯୋଜନରେ ଏବେ ସୁଦ୍ଧା ୯୨ ଲକ୍ଷ ଜଣ ଆବେଦନ କରିସାରିଲେଣି । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏନେଇ ସୂଚନା ଦେଇଛନ୍ତି । 
ସେ କହିଛନ୍ତି ଯେ ଆଉ ୧ ସପ୍ତାହ ପରେ ଆବେଦନକାରୀଙ୍କ ସଂଖ୍ୟା ୧ କୋଟି ଛୁଇଁଯିବ । ଇ-କେୱାସି ପାଇଁ ଟିକେ ସମୟ ଲାଗୁଛି । ୨୫ ଲକ୍ଷ ୧୧ ହଜାର ମହିଳାଙ୍କୁ ପ୍ରଥମ କିସ୍ତି ଦେଇସାରିଛୁ ।  ୧କୋଟି ମହିଳାଙ୍କ ପାଖରେ ପହଞ୍ଚିବାକୁ ୪ଟି ସ୍ଲାବ ରହିଛି । ୧ କୋଟି ମହିଳାଙ୍କୁ ସୁନିଶ୍ଚିତ ଟଙ୍କା ମିଳିବ । ମାର୍ଚ୍ଚ ୮ ପୂର୍ବରୁ ପ୍ରଥମ କିସ୍ତି ସମସ୍ତ ମହିଳାଙ୍କୁ ମିଳିବ । କିନ୍ତୁ ଦ୍ୱିତୀୟ କିସ୍ତି ଏକକାଳୀନ ସମସ୍ତ ମହିଳାଙ୍କୁ ପ୍ରଦାନ କରାଯିବ । କିଏ ଆଗ ପାଉ ତ କିଏ ପରେ ପାଉଛି । କିନ୍ତୁ ସମସ୍ତେ ନିଶ୍ଚିତ ପାଇବେ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି ।