ସରକାରୀ ବଙ୍ଗଳା ଛାଡ଼ିଲେ କେଜ୍ରିୱାଲ
ଖବର ଓଡ଼ିଶା ବ୍ଯୂର: ଜେଲରୁ ବାହାରିବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ଆପ୍ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ ଆଜି ତାଙ୍କ ସରକାରୀ ବଙ୍ଗଳା ଖାଲି କରିଛନ୍ତି। ଦିଲ୍ଲୀର ଫ୍ଲାଗସଷ୍ଟାଫ ରୋଡରେ ଥିବା ମୁଖ୍ୟମନ୍ତ୍ରୀ ବାସଭବନରେ କେଜ୍ରିୱାଲ ପ୍ରାୟ ସାଢ଼େ ୯ ବର୍ଷ ହେଲା ପରିବାର ଲୋକଙ୍କ ସହ ରହୁଥିଲା।
ଆଜି ସେ ସରକାରୀ ବଙ୍ଗଳା ଖାଲି କରି ଲୁଟୟେନ୍ସ ଜୋନକୁ ଯାଇଛନ୍ତି। ଏତେ ବର୍ଷ ମୁଖ୍ୟମନ୍ତ୍ରୀ ପଦରେ ରହି ମଧ୍ୟ ଦିଲ୍ଲୀରେ ତାଙ୍କର ନିଜସ୍ୱ ଘର ନାହିଁ। ତେଣୁ ସେ ଆପ୍ର ଜଣେ ସାଂସଦଙ୍କ ଘରକୁ ଶିଫ୍ଟ ହୋଇଛନ୍ତି।
ବାପା, ମା’, ପତ୍ନୀ ଓ ଦୁଇ ପିଲାଙ୍କୁ ଧରି କେଜ୍ରିୱାଲ ସରକାରୀ ବଙ୍ଗଳା ଖାଲି କରି କାରରେ ଯାଉଥିବାର ଭିଡିଓ ସାମ୍ନାକୁ ଆସିଛି। ବଙ୍ଗଳା ଛାଡ଼ିବା ପୂର୍ବରୁ ସେଠାରେ ଦୀର୍ଘ ବର୍ଷ ଧରି ତାଙ୍କ ସହ କର୍ମଚାରୀ ଭାବେ କାମ କରୁଥିବା ଲୋକମାନଙ୍କୁ କେଜ୍ରିୱାଲ ଭେଟିଥିଲେ। ଏହାପରେ ପତ୍ନୀ ଘରର ଛାବି ଉପଯୁକ୍ତ ଅଧିକାରୀଙ୍କୁ ପ୍ରଦାନ କରି, ସେଠାରୁ ବିଦାୟ ନେଇଥିଲେ।


