ଏକ୍ସ’ରେ ଅଡିଓ, ଭିଡିଓ କଲ୍ ସୁବିଧା : ଏଲନ୍ ମସ୍କ

Oct 27, 2023 - 09:40
 4
ଏକ୍ସ’ରେ ଅଡିଓ, ଭିଡିଓ କଲ୍ ସୁବିଧା : ଏଲନ୍ ମସ୍କ

ନୂଆଦିଲ୍ଲୀ: ସୋସିଆଲ ମିଡିଆ ଏକ୍ସ (ପୂର୍ବରୁ ଟ୍ବିଟର)ରେ ଅଡିଓ ଓ ଭିଡିଓ କଲ୍ ସୁବିଧା ଆରମ୍ଭ କରାଯାଇଛି। ଏବେ କେବଳ ଆଇଓଏସ୍ ଅପରେଟିଂ ସିଷ୍ଟମ୍ ଥିବା ଡିଭାଇସ୍‌ରେ ଏହି ସୁବିଧା ଉପଲବ୍ଧ ହୋଇଛି। ଖୁବ୍‌ଶୀଘ୍ର ଆଣ୍ଡ୍ରଏଡ୍‌ ଫୋନ୍‌ରେ ମଧ୍ୟ ତାହା ଉପଲବ୍ଧ ହେବ। ଏକ୍ସର ନୂଆ ମାଲିକ ତଥା ବିଶ୍ବର ଏକ ନମ୍ବର ଧନୀ ବ୍ୟକ୍ତି ଏଲନ୍ ମସ୍କ ସେୟାର କରିଥିବା ଏକ ସ୍କ୍ରିନ୍‌ ସଟ୍‌ରୁ କଲିଂ ସୁବିଧା ଆରମ୍ଭ କରାଯାଇଥିବା ବିଷୟରେ ଜଣାପଡ଼ିଛି। ଏକ୍ସରେ କଲ୍ କରିବା ସୁବିଧା ଶୀଘ୍ର ଉପଲବ୍ଧ କରାଯିବ ବୋଲି ଗତ ଅଗଷ୍ଟରେ କଂପାନିର ସିଇଓ ଲିଣ୍ଡା ୟାକାରିନୋ କହିଥିଲେ। ଏଥିରେ ଲୋକମାନେ ନିଜ ଫୋନ୍ ନମ୍ବର ନଜଣାଇ ଅଡିଓ ଓ ଭିଡିଓ କଲ୍ କରିପାରିବେ।